Only for Entertainment

ଜାଣନ୍ତୁ ଆଜିର ରାଶିଫଳ

0 39

ମେଷ: ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। ନିକଟ ସଂପର୍କୀୟଙ୍କ ମାଧ୍ୟମରେ ଫାଇଦା ହେବ। ନୂଆ ଘର କିଣିବା ଲାଗି ବିଚାର କରିବେ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। କ୍ୟାରିୟରକୁ ନେଇ କୌଣସି ବଡ଼ ଫଇସଲା ନେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ବୃଷ: ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ। ଧନ ଉପାର୍ଜନରେ ଲାଗି ରହିବେ। କଳାକାରଙ୍କୁ ଫିଲ୍ମର ପ୍ରସ୍ତାବ ମିଳିବ। ଅଫିସରେ ଆପଣଙ୍କ ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

ମିଥୁନ: ଆପଣଙ୍କ ମନୋବଳ ଦୃଢ଼ ରହିବ। ମିତ୍ରଙ୍କ ସହାୟତାରେ ଜରୁରୀ କାମ ପୂରା ହୋଇଯିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଉଚ୍ଚପଦ ମିଳିପାରେ। ଛାତ୍ରଙ୍କୁ ଆଜି କମ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

କର୍କଟ: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ଅଫିସରେ କୌଣସି ବିଶେଷ କାମ ପାଇଁ ଆପଣଙ୍କୁ ଡାକରା ମିଳିବ। ପ୍ରେମ ପ୍ରସଙ୍ଗ ଲାଗି ଦିନଟି ଭଲ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଗୁପ୍ତେଶ୍ୱର।

ସିଂହ: ଜୀବନରେ ଉତ୍‌ଥାନ-ପତନ ଦେଇ ଗତି କରିବେ। ବ୍ୟବସାୟ ଠିକ୍‌ ଢଙ୍ଗର ପରିଚାଳନା କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ରାସ୍ତାରେ ଯିବା ସମୟରେ ଟ୍ରାଫିକ ନିୟମ ମାନନ୍ତୁ। ରାଜନୀତିରେ ପରିଧି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

କନ୍ୟା: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାର ଦିନଟିଏ। କ୍ୟାରିୟର ଗଢ଼ିବା ଲାଗି ଭଲ ପ୍ରସ୍ତାବ ପାଇବେ। କର୍ମଚାରୀଙ୍କୁ ଧନଲାଭ ହୋଇପାରେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

ତୁଳା: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଝଗଡ଼ାକୁ ସମାପ୍ତ କରିବାକୁ ଚେଷ୍ଟା କରିବେ ଏବଂ ସଫଳ ହେବେ। ଯୁବକଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

ବିଛା: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। କ୍ୟାରିୟରକୁ ନେଇ କୌଣସି ଫଇସଲା ନେଇପାରନ୍ତି। ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

ଧନୁ: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ପର୍ଯ୍ୟାପ୍ତ ଧନ ମିଳିବାର ଯୋଗ ରହିଛି। କାହାରି ସହିତ କଥା କହିବା ବେଳେ ଭାବିଚିନ୍ତି କଥା କୁହନ୍ତୁ। ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

 

ମକର: ସୁଖ ସୌଭାଗ୍ୟ ବୃଦ୍ଧି ହେବ। ନୂଆ ଅନୁବନ୍ଧ ପାଇଁ ଭଲ ସମୟ। ପୁରୁଣା ଜମିରୁ ଧନଲାଭ ହେବ। ଗଣମାଧ୍ୟମ ଓ ସଂଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କର ପ୍ରଗତି ହେବ। ପଢ଼ାଲେଖାରେ ସାଥୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ସନ୍ତାନଙ୍କ ସଫଳତାରୁ ମନ ଖୁସି ରହିବ। ଅଫିସ କାମରେ ଜିଲ୍ଲା ବାହାରକୁ ଯାଇପାରନ୍ତି। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ମୀନ: ଅଫିସରେ କୌଣସି ସମସ୍ୟାର ସମାଧାନ ହେବ। ପଇସା ଉପାର୍ଜନ ଲାଗି ଦିମାକରେ ନୂଆ ବିଚାର ଆସିବ। ବିଦ୍ୟୁତ୍‌ ଉପକରଣ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ପ୍ରେମ ଓ ରୋମାନ୍‌ସ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More