Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
0 33

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ଵାର ଖୋଲିବ। ଲେଖକଙ୍କୁ ପୁରସ୍କାର ମିଳିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 


ବୃଷ: ଆପଣ ନିଜର ଇଚ୍ଛା ପୂରା କରିବାକୁ ଚେଷ୍ଟା କରିବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ପ୍ରସ୍ତାବ ପାଇବେ। କଂପାନି ତରଫରୁ ବିଦେଶ ଯିବାକୁ ପଡ଼ିପାରେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବିରଜା।


ମିଥୁନ: ବାପାଙ୍କ ଠାରୁ ପ୍ରେମ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ। ଆଜି ଆପଣଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିପାରେ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣି ଯଥେଷ୍ଟ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ବଡ଼ ପଦ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

କର୍କଟ: ଦିନଟି ଆପଣଙ୍କୁ ଢେର୍‌ସାରା ଫାଇଦା ଦେବ। ନିଜକୁ ପ୍ରତିଷ୍ଠା କରିବା ଲାଗି ଅବସର ମିଳିବ। ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ଚାକିରିରେ ଉଚ୍ଚଅଧିକାରୀଙ୍କ ସାହାଯ୍ୟ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲୋକନାଥ।

 


ସିଂହ: ଆପଣଙ୍କର ମନୋଭାବ କୌତୁକକାରୀ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଅଫିସରେ ଆପଣଙ୍କ କୌଣସି କାମର ପ୍ରଶଂସା ହୋଇପାରେ। ଭାବିଚିନ୍ତି ନୂଆ କାରବାରରେ ନିବେଶ କରନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ସମଲେଶ୍ୱରୀ।

 

କନ୍ୟା: ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ। ଆପଣ କିଛି ନୂଆ କୌଶଳ ଶିକ୍ଷା ଲାଭ କରିବେ। କମ୍ପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ଘରୋଇ ସୁଖ ସୁବିଧା ପାଇଁ ନୂଆ ଜିନିଷ କିଣିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

 


ତୁଳା: କୌଣସି ନୂଆ ଅବସର ମିଳିବା ହେତୁ ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟରୁ ଲାଭ ହେବ। ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଜୀବନସାଥୀଙ୍କ ଠାରୁ ମୂଲ୍ୟବାନ ଉପହାର ମିଳିପାରେ। ଶୁଭରଙ୍ଗ: ନୀଳ। ଆରାଧନା: ସୂର୍ଯ୍ୟଦେବ।

 


ବିଛା: ଆପଣଙ୍କ ମନ ପୂଜାପାଠରେ ଲାଗି ରହିବ। ବହୁ ଦିନରୁ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସରକାରୀ ଚାକିରିଆଙ୍କୁ ସହଯୋଗୀଙ୍କ ସହଯୋଗ ମିଳିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ଖାଦ୍ୟ ପାନୀୟର ମଜା ନେବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ରାମଚଣ୍ଡୀ।

 


ଧନୁ: ଲକ୍ଷ୍ୟକୁ ନେଇ ଯାତ୍ରା ପୂରା କରିବାରେ ସଫଳ ହେବେ। ଆପଣଙ୍କ ବିନମ୍ର ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ। ବ୍ୟବସାୟରୁ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଦୁର୍ଗା।

 

ମକର: ଭାଗ୍ୟର ତାରକା ଉଜ୍ଜ୍ଵଳ ରହିବ। ଯାହା ବି କାମ କରିବେ ଆପଣଙ୍କୁ ସଫଳତା ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ନୂଆ ବାହନ କିଣିବା ପାଇଁ ମନ ବଳାଇପାରନ୍ତି। ଜୀବନସାଥୀଙ୍କ ଖୁସି ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ।

 


କୁମ୍ଭ: ଆପଣଙ୍କ ଆଖପାଖରେ ବହୁତ ସୁଖଦ ଓ ମଧୁର ବାତାବରଣ ରହିବ। ଧାର୍ମିକ କ୍ରିୟା କଳାପରେ ଧନ ଖର୍ଚ୍ଚ ହେବ। ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ସମାଧାନ ବାହାର କରିନେବେ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଅମ୍ବିକା।

 


ମୀନ: ବ୍ୟବସାୟ ଓ ଚାକିରିରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ପଦ ପ୍ରତିଷ୍ଠା ବଢ଼ିପାରେ। ଅଚାନକ ଧନପ୍ରାପ୍ତି ହେବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More