Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

horoscope
0 41

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। କାରବାରରେ ଉନ୍ନତି ଲାଗି ନୂଆ ଅବସର ମିଳିବ। ପରିବାରରେ କୌଣସି ନୂଆ ଦାୟିତ୍ଵ ମିଳିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ବୃଷ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ପୂର୍ବରୁ କରିଥିବା କାମ ଆଜି ପୂରା ହୋଇଯିବ। ଆପଣଙ୍କ ବ୍ୟବହାର ଲାଗି ସମସ୍ତଙ୍କ ପ୍ରିୟ ହୋଇ ପାରିବେ। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ମିଥୁନ: ଆପଣ ଖୁସ୍‌ ମିଜାଜରେ ରହିବେ। ଜୀବନସାଥୀ ଓ ବନ୍ଧୁମାନଙ୍କ ସହିତ ହାସ୍ୟକୌତୁକ କରିବେ। ପଇସା ନେଣଦେଣ ସାବଧାନତାର ସହ କରନ୍ତୁ। ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ସୁରେଶ୍ୱରୀ।

କର୍କଟ: ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। ବ୍ୟବସାୟରେ ତ୍ୱରିତ ଫଇସଲା ଲାଭପ୍ରଦ ହେବ। ବଜାରରେ ଅଟକିଥିବା ପଇସା ମିଳିପାରେ। ବିବାହିତ କୌଣସି ମନୋରମ ସ୍ଥାନକୁ ଭ୍ରମଣରେ ଯାଆନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସିଂହ: ଦିନଟି ଆପଣଙ୍କ ଲାଗି ଅନୁକୂଳ। ଆପଣଙ୍କ କାମ ପୂରା କରିବାରେ କେହି ବାଧା ଦେଇ ପାରିବେନାହିିଁ। ବେକାରଙ୍କୁ ରୋଜଗାର ମିଳିବ। ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ଛାତ୍ରମାନେ ଏକାଗ୍ର ଚିତ୍ତରେ ଅଧ୍ୟୟନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

କନ୍ୟା: ଈଶ୍ୱରଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ସିମେଣ୍ଟ ଓ ଇଟା ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ। ଚାକିରିରେ ଉନ୍ନତି ହେବ। ପରିବାର ସମ୍ବନ୍ଧରେ କୌଣସି କାମ ପୂରା ହୋଇଯିବ। ଯାତ୍ରା ଲାଭପ୍ରଦ ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଆତ୍ମସମୀକ୍ଷାରେ ସମୟ ବିତିବ। ଆପଣଙ୍କ ସହିତ ପ୍ରତାରଣା କରିଥିବା ବ୍ୟକ୍ତିଙ୍କୁ କ୍ଷମା କରି ଦିଅନ୍ତୁ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। କୌଣସି ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ କରିବେ। ପରିବାର ସହିତ ଦିନଟି ଭଲରେ କଟିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ସୂର୍ଯ୍ୟଦେବ।

ବିଛା: ଦିନଟି ଆପଣଙ୍କ ଲାଗି ଆନନ୍ଦଉଲ୍ଲାସଭରା ରହିବ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ରଚନାତ୍ମକ କାର୍ଯ୍ୟରୁ ପ୍ରତିଫଳ ମିଳିବ। ବ୍ୟବସାୟ କାମରେ ବାହାରକୁ ଯିବାକୁ ପଡ଼ିପାରେ। ଛାତ୍ରଙ୍କର ଅଧ୍ୟୟନରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ଧନୁ: ବେପାରରେ ଉନ୍ନତି ପାଇଁ ଭଲ ଦିନଟିଏ। ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଅସଫଳ ପ୍ରୟାସ କରିବେ। ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ, ମାନସିକ ଶାନ୍ତି ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମକର: ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ। ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷ ଭଲ ପ୍ରଦର୍ଶନ କରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ପରିବର୍ତ୍ତନ କରିବେ। ଅଫିସରେ ଆପଣ ସାବଧାନତା ଅବଲମ୍ବନ କରିବା ଦରକାର। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ ବଡ଼ କାମ ଅର୍ପଣ କରିବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ବିବାହିତ ଜୀବନସାଥୀଙ୍କ କଥା ମାନି ନେଲେ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More