Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
0 42

ମେଷ: ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ଭଲ ଦିନଟିଏ। କୌଣସି ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ଆର୍ଥିକ ସ୍ଥିତି ସୁଧୁରିବ। ପାରିବାରିକ ଅଶାନ୍ତି ଦୂର ହେବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଲିଙ୍ଗରାଜ।

ବୃଷ: ଯେଉଁ କାମ ହାତକୁ ନେବେ ସଂପୂର୍ଣ୍ଣ କରି ବିଶ୍ରାମ ନିଅନ୍ତୁ। ଜୀବନସାଥୀଙ୍କ କଥା ମାନିନେଲେ ସମ୍ବନ୍ଧରେ ମଧୁରତା ଆସିବ। ବ୍ୟାବସାୟିକ କାମରେ ଜିଲ୍ଲା ବାହାରକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।


ମିଥୁନ: ଚାକିରିରେ ନିଜର ଦାୟିତ୍ଵକୁ ସୁରୁଖୁରରେ ତୁଲାଇବେ। ସହକର୍ମୀଙ୍କ ବ୍ୟବହାରରେ ଖୁସି ରହିବେ। ସାମାଜିକ ଆୟୋଜନରେ ସହଯୋଗ କରିବେ। ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

କର୍କଟ: ଆପଣଙ୍କ ଭାଗ୍ୟର ତାରକା ଉଜ୍ଜ୍ଵଳ ରହିବ। ବ୍ୟବସାୟୀଙ୍କୁ ଆଜି ବିଶେଷ ଫାଇଦା ହେବ। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସକ୍ଷମ ହେବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ଡଳମଣି।

ସିଂହ: ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ବଢ଼ିଆ ରହିବ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବଂ ସଫଳ ହେବେ। ରାଜନୀତିରେ ଲାଭ ମିଳିବାର ସ୍ଥିତି ଉତ୍ପନ୍ନ ହେବ। ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ। ବ୍ୟବସାୟରେ ତ୍ୱରିତ ଫଇସଲା ଲାଭପ୍ରଦ ହେବ। ରାଜନୈତିକ ସଂପର୍କରୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ଅଫିସରେ ନୂଆ ବନ୍ଧୁ ଭାବେ କାହାରିକୁ ଗ୍ରହଣ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ତୁଳା: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ମିଳିପାରେ। ବ୍ୟବସାୟରେ ଅଚାନକ ଫାଇଦା ହେବ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ଶ୍ରୀ ଗଣେଶ।


ବିଛା: ସାରାଦିନ ଊର୍ଜା ଭରା ରହିବେ। ଖୋଦକୁ ଲୋକଙ୍କ ନଜରରେ ବଢ଼ିଆ ପ୍ରମାଣିତ କରିବେ। ଉନ୍ନତିର ନୂଆ ରାସ୍ତା ଖୋଲିବ। ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ସୂର୍ଯ୍ୟଦେବ।

ଧନୁ: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ଘରକୁ ପୁରୁଣା ବନ୍ଧୁ ଆସିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମହାଲକ୍ଷ୍ମୀ।

ମକର: ଧୈର୍ଯ୍ୟ ଧରି ରହିଲେ ଆପଣ ଆରାମ ଅନୁଭବ କରିବେ। ରାଜନୀତିରେ ସୀମା ବଢ଼ାଇବେ। ଲୋକମାନଙ୍କ ସହିତ ଘନିଷ୍ଠତା ବଢ଼ିବ। ଟଙ୍କା ପଇସା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।


କୁମ୍ଭ: ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ପରିବାର ସହିତ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିପାରନ୍ତି। ସାକ୍ଷାତକାରରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ଆଜି ଆପଣ ଚିନ୍ତା ମୁକ୍ତ ରହିବେ। ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ପରିବାରର ବିବାଦ ଜୀବନସାଥୀଙ୍କ ସହଯୋଗରେ ସମାଧାନ କରିନେବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମ ଅନୁସାରେ ଫଳ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More