Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
23

ମେଷ: ପ୍ରଭୁଙ୍କ କୃପା ଲାଭ କରିବେ। ଘର ଓ ବ୍ୟବସାୟ ସଂପର୍କିତ ସମସ୍ୟା ସମାଧାନ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଅଫିସରେ ଦିନଟି ଭଲରେ କଟିବ।

ବୃଷ: ଦିନଟି ଶୁଭଙ୍କର। ବେପାରରେ ଲାଭ। ବଡ଼ମାନଙ୍କଠାରୁ ଶିକ୍ଷା ଲାଭ କରିବେ। ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବେ।

ମିଥୁନ: ଉତ୍ସାହିତ ରହ‌ିବେ। ନିକଟ ସ˚ପର୍କୀୟଙ୍କ ଠାରୁ ଖୁସି ଖବର ମିଳିପାରେ। ସମସ୍ତଙ୍କ ସହ ତାଳମେଳ ବଜାୟ ରଖିବା‌େର ଧୢାନ ଦେବେ।

କର୍କଟ: ନୂଆ ଲୋକଙ୍କ ସହିତ ମନ ମିଶିବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ପ୍ରେମପୂର୍ଣ୍ଣ ମନୋଭାବରେ ଦିନଟି କଟିବ।

ସି˚ହ: କ୍ୟାରିଅର ସମ୍ବନ୍ଧରେ ନୂଆ ସୁଯୋଗ। ବନ୍ଧୁ ଓ ପାଖଲୋକଙ୍କ ସହିତ ଉତ୍ତମ ସଂପର୍କ ରହିବ। ବ୍ୟବସାୟରେ ଲାଭ ପାଇବେ।

କନ୍ୟା: କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ ସମୟରେ ଉଚିତ ନିର୍ଣ୍ଣୟ ନେବେ। ରାଜନୀତିରେ ମନୋକାମନା ପୂରଣ ହେବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ।

ତୁଳା: ପୂଜାପାଠରେ ଅଧିକ ସମୟ ବିତିବ। ମନରେ ଦୟା ଭାବନା ବଜାୟ ରହିବ। ମିତ୍ରଙ୍କ ସହ କିଛି ସମୟ ଅତିବାହିତ କରିବେ।

ବିଛା: ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସରେ କାମର ଚାପ ପଡ଼ିପାରେ। ବ୍ୟବସାୟରେ ଆଶା ଠାରୁ ଲାଭ କମ୍‌।

ଧନୁ: ନୂଆ କାମ ଧନ୍ଦା ସମ୍ବନ୍ଧରେ ଚିନ୍ତା କରିବେ। ମିତ୍ରଙ୍କ ସାହାଯ୍ୟ ପାଇବେ। ଚାକିରିରେ ସକରାତ୍ମକ ପରିବର୍ତ୍ତନ ହୋଇପାରେ। ଦାଂପତ୍ୟ ଜୀବନର ବିଶ୍ବାସ ବଢ଼ିବ।

ମକର: ବ୍ୟବସାୟରେ ବଡ଼ ଲୋକଙ୍କ ସହ ସାକ୍ଷାତ୍‌-ଆଲୋଚନା। ମନ ଖୁସି ରହିବ। ଅଫିସ କାମ ସୁଚାରୁରୂପେ ତୁଲାଇବେ।

କୁମ୍ଭ: ଶୁଭ ଭାବନା ଆସିବ। ଚିନ୍ତାଧାରା ମାର୍ଜିତ ହେବ। କୌଣସି ନୂଆ କାମରେ ସଫଳ ହେବେ। ବ୍ୟବସାୟୀଙ୍କୁ ଧନଲାଭର ସୁଯୋଗ।

ମୀନ: ଦିନଟି ଭଲରେ କଟିବ। ପରିବାର ଲୋକଙ୍କ ଠାରୁ ସହଯୋଗ ମିଳିବ। ନୂଆ ବ୍ୟବସାୟ ଆରମ୍ଭ ଲାଗି ଯୋଜନା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More