Only for Entertainment

ଏଭଳି ଏକ ଘୋଡା ଯିଏ ରୋଗ ଉପଶମ ପାଇଁ ନିଜକୁ କରିଛି ନିୟୋଜିତ, ହୃଦୟ ତରଳାଇ ଦେବ ଏହି ଭିଡିଓ !

35

କଥାରେ ଅଛି ମଣିଷ ଠାରୁ ବିଶ୍ୱସ୍ତ ଅଟନ୍ତି ଜୀବଜନ୍ତୁ । ଆପଣ ଘୋଡାମାନଙ୍କୁ ଜାଣିଥିବେ ଦୌଡିବାରେ. କି ବିବାହ ଏବଂ ସକର୍ସରେ ନଜର ଆସିଥାଆନ୍ତି । ମାତ୍ର ଆପଣ ଏଭଳି ଏକ ଘୋଡାକୁ ଜାଣିଛନ୍ତି ଯିଏ କି ରୋଗୀମାନଙ୍କୁ ଭଲ କରିବା ପାଇଁ ହସ୍ପିଟାଲ ଆସେ । ଆଜ୍ଞା ହଁ, ଏହା ସତ ଘଟଣା ଅଟେ ।

ହାର୍ଟୱାର୍ମି-ହର୍ସ ବ୍ରାଉଜ ଜୟ ଟୁ ହସ୍ପିଟାଲ ପେସେଂଟ । ଘୋଡାର ନାଁ ହେଉଛି ପେୟୋ । ସେ ଏକ ଥେରାପି ଘୋଡା ଅଟେ ଯିଏ ରୋଗୀମାନଙ୍କୁ ହସାଇବା ଏବଂ ପ୍ରୋତ୍ସାହିତ କରିବା ପାଇଁ ହସ୍ପିଟାଲ ଆସିଥିଲା । ଏଭଳି ନିଆରା ଚିକିତ୍ସା ଦ୍ୱାରା ରୋଗୀମାନଙ୍କ ଆତ୍ମବିଶ୍ୱାସକୁ ବଢାଇଥାଏ । ସେମାନଙ୍କୁ ଅନୁମାନ ହେଉଛି ଯେ ଏହି ଘୋଡା ପାଖରେ ଏକ ୬ଷ୍ଠ ଇନ୍ଦ୍ରୀୟ ଶକ୍ତି ରହିଛି , ଯେଉଁକାରଣରୁ ସେ କେଉଁ ରୁମକୁ ଯିବାକୁ ହେବ ବାଛିଥାଏ । ଏହି ଭିଡିଓରେ ପେୟୋ ଜଣେ ଯୁବକଙ୍କ ରୁମକୁ ଯିବା ପାଇଁ ପ୍ରୟାସ କରିଛି ଯାହା ପାଖରେ କିଛି କ୍ଷଣ ଅଛି । ସେହି ବ୍ୟକ୍ତି ଘୋଡାର ମୁହଁକୁ ଚାହିଁ କିଛି ସମୟ ପରେ କାନ୍ଦିବାକୁ ଲାଗିଲା,ଏହା ଦେଖି ପେୟୋ ମଧ୍ୟ ଇମୋସନାଲ ହୋଇଯାଇଥିଲା । ଏହି ଅସମାନ୍ୟ ଚିକିତ୍ସକ ଯିଏ ମନୂଷ୍ୟଙ୍କ ପ୍ରତି ନିଜର ଅଦ୍ଭୁତ ଯୋଗ୍ୟତା ପାଇଁ ପରିଚିତ , ମନୋବଳକୁ ଦୃଢ କରିବା ଏବଂ ରୋଗୀଙ୍କ ମୁହଁରେ ହସ ଫୁଟାଇବା ହେଉଛି ପେୟୋ’ର ନିତିଦିନିଆ କାମ । ପେୟୋ ସମ୍ପର୍କରେ ଯେଉଁ ରୋଗୀ ଆସିଥାଆନ୍ତି ତାଙ୍କ ଶରୀରରେ କିଛି ନା କିଛି ସୁଧାର ଆସିଥାଏ ।

Les Sabots du Coeur Association,’ପେୟୋ’ର ଟ୍ରେନର ହସନ କହିଛନ୍ତି ଯେ ଏହା ସବୁଠାରୁ ଶୁଦ୍ଧ, ବିଶ୍ୱସ୍ତ ଏବଂ ମିଠା ଜିନିଷ ମଧ୍ୟରୁ ଗୋଟିଏ ଅଟେ । ‘ଏମାନେ ସମସ୍ତଙ୍କୁ ଖୁବ ପସନ୍ଦ କରନ୍ତି ବିନା କିଛି ଆଶାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More