Only for Entertainment

ହୋମ ମେଡ ହଟ ଚିକେନ ସୁପର ପ୍ରସ୍ତୁତି ପ୍ରଣାଳୀ ।

coccinateeimundo
0 95

ପ୍ରଥମେ ଏକ ପାତ୍ରରେ ଜଳ ରଖି ଗରମ କରନ୍ତୁ । ଫୁଟିବା ପରେ ସେଥିରେ ଲୁଣ ପକାନ୍ତୁ । ଏହାକୁ ୧୫ ମିନିଟ ପାଇଁ ଘୋଡ଼ାଇ ଦିଅନ୍ତୁ । ଏହାପରେ ଚିକେନକୁ ବାହାର କରି ଥଣ୍ଡା ହେବା ପାଇଁ ୫ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଚିକେନକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ।

ଏବେ ଏକ ପ୍ୟାନ ଗରମ କରି ସେଥିରେ ତେଲ ପକାନ୍ତୁ । ତେଲ ଗରମ ହେବାପରେ କଟା ରସୁଣ ପକାନ୍ତୁ ଓ ଟିକେ ଭାଜି ହେବା ପରେ କଟା ଅଦା ପକାନ୍ତୁ । କଟା କଂଚା ଲଙ୍କା,କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ । ଏହାପରେ କ୍ୟାପସିକମ ଓ ବନ୍ଧାକୋବି ପକାନ୍ତୁ । ୧୫ ସେକେଣ୍ଡ ହାଇ ଫ୍ଲେମରେ ଭାଜନ୍ତୁ । ସୋୟା ସସ ଏବଂ ଚିଲି ସସ ପକାନ୍ତୁ । ସାମାନ୍ୟ ଚିନି ପକାନ୍ତୁ । ଏହାପରେ ରଖିଥିବା ଚିକେନ ପକାନ୍ତୁ ଓ ପରେ ରଖିଥିବା ଚିକେନର ସିଝା ପାଣି ପକାନ୍ତୁ । ପରେ ଗୋଲମରିଚ ଗୁଣ୍ଡ ଓ ସ୍ୱାଦନୁସାରେ ଲୁଣ ପକାନ୍ତୁ । ଏହାକୁ କିଛି ସମୟ ଫୁଟିବାକୁ ଦିଅନ୍ତୁ । ଏକ ଛୋଟ ପାତ୍ରରେ ୨ରୁ ୩ ଚାମଚ କଣ୍ଣଫ୍ଲୋର ନିଅନ୍ତୁ ଓ କିଛି ପାଣି ମିଶାଇ ଏକ ପତଳା ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ପ୍ୟାନରେ ବସିଥିବା ମିଶ୍ରଣରେ ମିଶାନ୍ତୁ । ଗୋଟିଏ ଅଣ୍ଡାକୁ ଭାଙ୍ଗି ଭଲ ଭାବରେ ମିଶାଇ ପ୍ୟାନରେ ପକାନ୍ତୁ । ୨ ମିନିଟ ପାଇଁ ଫୁଟାନ୍ତୁ । ଗ୍ୟାସ ବନ୍ଦ କରିଦିଅନ୍ତୁ । ତାହା ପରେ ସୁପକୁ ଏକ ସୁପ ବାଉଲରେ ବାହାର କରନ୍ତୁ ଏବଂ ଏଥିରେ ନିଜ ଇଛା ଅନୁସାରେ ଟମାଟୋ ସସ ଏବଂ ଚିଲି ସସ ପକାଇ ପାରିବେ । ଶେଷରେ ଏହା ଉପରେ କିଛି ଫ୍ରାଏଡ ନୁଡୁଲସ ପକାଇ ସର୍ଭ କରନ୍ତୁ ହଟ ଚିକେନ ସୁପ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More