Only for Entertainment

କେଶରେ ଗରମ ନଡ଼ିଆ ତେଲ ମାଲିସ କଲେ ମିଳିବ ଚମତ୍କାରୀ ଫାଇଦା ଓ କେଶ ଜନିତ ସମସ୍ତ ସମସ୍ୟାରୁ ଛୁଟି ।

33

ଯେତେ ତେଲ ଲଗାଇଲେ ବା ଔଷଧ ବ୍ୟବହାର କଲେ ମଧ୍ୟ କେଶ ଝଡ଼ିବା ଏବଂ ରୁପି ଭଳି ସମସ୍ୟା ଆପଣଙ୍କ ପିଛା ଛାଡ଼ି ନଥାଏ । କାରଣ ଯଦି ଆପଣ ସଠିକ ଦିଗରେ ପହଂଚି ନାହାଁନ୍ତି ତେବେ ସମସ୍ତ ପ୍ରଚେଷ୍ଟା ବୃଥା ହୋଇଥାଏ । ତେଣୁ ଆମେ ଆଜି ଆପଣଙ୍କୁ କହିବୁ କାହିଁକି ଆପଣ କେଶରେ ଏବଂ କେଶ ମୂଳରେ ଗରମ ନଡ଼ିଆ ତେଲ ମାଲିସ କରିବା ଉଚିତ । ଏହାକୁ ଉଚିତ ଉପାୟରେ ବ୍ୟବହାର କଲେ ଖୁବ କମ ସମୟ ମଧ୍ୟରେ ଆପଣ ପାର୍ଥକ୍ୟ ଦେଖି ପାରିବେ । ତେବେ ଆସନ୍ତୁ ଆଲୋଚନା କରିବା ।

୨ରୁ ୩ ଚାମଚ ନଡ଼ିଆ ତେଲ ବା ଆପଣଙ୍କ କେଶ ପାଇଁ ଆବଶ୍ୟକୀୟ ତେଲକୁ କିଛି ସେକେଣ୍ଡ ପାଇଁ ଗରମ କରନ୍ତୁ । ଏହି ଗରମ ତେଲକୁ ବର୍ତ୍ତମାନ ଆପଣଙ୍କ କେଶ ମୂଳରେ ମାଲିସ କରନ୍ତୁ ଏବଂ ଏହା ସହିତ ସମଗ୍ର କେଶରେ ମଧ୍ୟ ଲଗାନ୍ତୁ । ତେଲ ଲଗାଇ ସାରିବା ପରେ କେଶକୁ ଏକ ଗରମ ଟାୱେଲରେ ଘୋଡ଼ାଇ ରଖନ୍ତୁ । ଏହିଭଳି ଭାବରେ କେଶକୁ ୩୦ ମିନିଟ ଛାଡ଼ି ଦିଅନ୍ତୁ । ୩୦ ମିନିଟ ପରେ କେଶକୁ ସାମ୍ପୁ କରିଦିଅନ୍ତୁ ଏବଂ ଏହାକୁ କଣ୍ଡିସନର କରନ୍ତୁ ।

ଧ୍ୟାନ ରଖିବେ ଏହାକୁ ଯଦି ସପ୍ତାହକୁ ଦୁଇ ଥର କରିବେ ତେବେ ଆପଣଙ୍କୁ ଭଲ ଫଳାଫଳ ମିଳିବ । ଏହା କେବଳ ଆଜିକାଲି ଯୁଗର ଟିପ୍ସ ନୁହେଁ ପୂର୍ବ କାଳରେ ମଧ୍ୟ ଏହାକୁ ବ୍ୟବହାର କରାଯାଉଥିଲା ।

କାହିଁକି ଗରମ ନଡ଼ିଆ ତେଲ ଲଗାଇଲେ କେଶ ଜନିତ ସମସ୍ତ ସମସ୍ୟା ଦୂର ହୋଇଯାଏ ।
ଗରମ ତେଲ ମାଲିସ ଆପଣଙ୍କ କେଶର ଫୋଲିକଲକୁ ପ୍ରଭାବ ପକାଇଥାଏ । କାରଣ ଫୋଲିକଲ ଗରମ ତେଲରେ ଖୋଲିଯାଏ ଏବଂ କେଶ ମଧ୍ୟରେ ତେଲ ପ୍ରବେଶ କରେ । ଏହା ଦ୍ୱାରା କେଶ ବଢିଥାଏ । ଏହା କେଶ ପାଇଁ ଏକ ଗଭୀର କଣ୍ଡିସନିଂ ଟ୍ରିଟମେଂଟ ।ଏହା ରୂପି ସହିତ ଲଢିଥାଏ ଏବଂ କେଶ ମୂଳ କୁଣ୍ଡାଇ ହେବା ମଧ୍ୟ ବନ୍ଦ ହୋଇଯାଏ । ତେଣୁ ଆପଣ ନଡ଼ିଆ ତେଲ ବ୍ୟତୀତ ଅଲିଭ ତେଲକୁ ମଧ୍ୟ ଏହିଭଳି ବ୍ୟବହାର କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More