Only for Entertainment

ନ୍ୟୁଜଲାଣ୍ଡରେ ରିଲିଜ ହେବ ନାହିଁ ଅନୁପମ ଖେରଙ୍କ ହୋଟେଲ ମୁମ୍ବାଇ ଫିଲ୍ମ, ଆତଙ୍କୀ ହମଲା ସାଜିଲା କାରଣ !

28

ବଲିଉଡ ଅଭିନେତା ଅନୁପମ ଖେର ଏବଂ ଦେବ ପଟେଲଙ୍କ ଫିଲ୍ମ ‘ହୋଟେଲ ମୁମ୍ବାଇ’ରିଲିଜ ହେବା ପୁର୍ବରୁ ହିଁ ବିବାଦ ଘେରରେ ରହିଛି । ଖବର ମୁତାବକ ନ୍ୟୁଜଲାଣ୍ଡରେ ଫିଲ୍ମ ରିଲିଜକୁ ରୋକ ଲଗାଯାଇଛି । ଏହାର କାରଣ ହେଉଛି ନ୍ୟୁଜଲାଣ୍ଡରେ ହୋଇଥିବା ଆତଙ୍କୀ ହମଲା । ଅସଲରେ ନ୍ୟୁଜଲାଣ୍ଡର ଦୁଇଟି ମସଜିଦରେ ହୋଇଥିବା ଗୁଳିବର୍ଷାରେ ୧୬୦ଜଣ ଲୋକଙ୍କର ମୃତ୍ୟୁ ହୋଇଛି, ଏବଂ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହିକାରଣରୁ ଏହି ଫିଲ୍ମ ଏବେ ନ୍ୟୁଜଲାଣ୍ଡରେ ରିଲିଜ ହେବ ନାହିଁ । ଏହାବ୍ୟତୀତ ଏହି ଫିଲ୍ମର ପ୍ରମୋଶନ ପାଇଁ ମଧ୍ୟ ରୋକ ଲଗାଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ୨୦୦୮ରେ ହୋଇଥିବା ଆତଙ୍କୀ ହମଲା ଉପରେ ପର୍ଯ୍ୟବେଶିତ । ଏଥିରେ କିଭଳି ହୋଟେଲରେ ହୋଇଥିବା ଆତଙ୍କୀ ହମଲାରୁ ଲୋକଙ୍କୁ ରକ୍ଷା କରାଯାଇଥିଲା ଦେଖିବାକୁ ମିଳିବ । ଏହା ଇଣ୍ଡୋ-ଆମେରିକାନ-ଅଷ୍ଟ୍ରେଲିଆନ ଫିଲ୍ମ ଅଟେ । ଯାହାକୁ ଆନ୍ଥୋନୀ ମାର୍ସ ଡିରେକ୍ଟ କରିଛନ୍ତି । ଫିଲ୍ମରେ ଅନୁପମ ହୋଟେଲ ଶେଫ ହେମନ୍ତ ଓବରୟ ଭୂମିକାରେ ନଜର ଆସିବେ । ଏହାବ୍ୟତୀତ ଫିଲ୍ମରେ ଦେବ ପଟେଲ ମଧ୍ୟ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More