Only for Entertainment

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାଦକୁ ନେଇ ଏପିସୋଡ ହଟାଇଲା ହଟଷ୍ଟାର ।

aajtak
28

ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଶୋ କଫି ୱିଦ କରଣ ଏବେ ଖୁବ ଚର୍ଚ୍ଚାରେ । ଗତ ରବିବାରକୁ ତାଙ୍କ ଶୋ’ରେ ପହଂଚିଥିଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲ । ଶୋ’ର ଏହି ଏପିସୋଡ ବିବାଦ ମଧ୍ୟକୁ ଟାଣି ହୋଇଯାଇଛି । ବର୍ତ୍ତମାନର ଖବର ଅନୁସାରେ ଏହି ଏପିସୋଡକୁ ହଟଷ୍ଟାରରୁ ହଟାଇ ଦିଆଯାଇଛି । ବାସ୍ତବରେ ହାର୍ଦ୍ଦିକ ଶୋ’ରେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଯାହା ପରଠାରୁ ତାଙ୍କୁ ଟ୍ରୋଲର୍ସ ମାନଙ୍କ ଟ୍ରୋଲର ଶୀକାର ହେବାକୁ ପଡ଼ିଛି । ତେବେ ହାର୍ଦ୍ଦିକ ମନ୍ତବ୍ୟ ତାଙ୍କୁ ଭାରି ପଡ଼ିଛି କହିଲେ ଭୁଲ ହେବ ନାହିଁ । ଏହା ସହିତ ଖବର ଅଛିଯେ ବିସିସିଆଇ ତାଙ୍କ ଉପରେ ତଦନ୍ତ କରିପାରେ ।

ଆଲୋଚନାକୁ ନେଇ ଫସିବା ପରେ ପାଣ୍ଡ୍ୟା ବୁଧବାରକୁ ଇଂଷ୍ଟାଗ୍ରାମ ଆକାଉଂଟରେ ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ । ଯେଉଁଥିରେ କ୍ୟାପ୍ସନରେ ପାଣ୍ଡ୍ୟା ଲେଖିଛନ୍ତିଯେ କଫି ୱିଦ କରନରେ ଦେଇଥିବା ବୟାନ ପାଇଁ ମୁଁ ସେ ସମସ୍ତଙ୍କୁ କ୍ଷମା ମାଗୁଛି ଯେଉଁମାନଙ୍କୁ ଦୁଃଖ ପହଂଚିଛି । ସଚ୍ଚୋଟତା ସହିତ କହୁଛି ଶୋ’କୁ ଦେଖି ମୁଁ ଅଧିକ ଖୋଲାଖୋଲି ଭାବରେ କଥା କହିଲି, କାହାକୁ ଇଜ୍ଜତକୁ ହାନି ପହଂଚାଇବା ଭଳି କଥା କହିବା ବା କାହାର ଭାବନାକୁ କଷ୍ଟ ପହଂଚାଇବା ମୋର ଉଦ୍ଦେଶ୍ୟ ନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More