Only for Entertainment

ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ହୋଇପାରେ ଏହି ଅଭିନେତ୍ରୀଙ୍କ ଏଣ୍ଟ୍ରି, ‘ହାଉସଫୁଲ-୪’ରେ ମଧ୍ୟ କରିବେ ଅକ୍ଷୟ କୁମାରଙ୍କ ସହ ରୋମାନ୍ସ ।

dna
20

ପ୍ରଥମ ଥର ପାଇଁ ଅକ୍ଷୟ , ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ । ଏହାର ଝଲକ ଫିଲ୍ମ ସିମ୍ବାରେ ଦେଖିବାକୁ ମିଳିଛି । ସିମ୍ବାରେ ଅକ୍ଷୟ କୁମାରଙ୍କୁ ଦେଖିବା ପରେ ଫ୍ୟାନ୍ସ ଫିଲ୍ମ ବିଷୟରେ ଛୋଟ ବଡ ଖବର ଜାଣିବା ପାଇଁ ଅପେକ୍ଷା କରି ରହିଛନ୍ତି । ଫିଲ୍ମ ଏପ୍ରିଲରୁ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି । ୨୭ ଡିସେମ୍ବରରେ ଫିଲ୍ମ ରିଲିଜ କରାଯିବ ବୋଲି ମେକର୍ସ ନିର୍ଣ୍ଣୟ ନେଇଛନ୍ତି । ତେବେ ଫିଲ୍ମରେ ଅକ୍ଷୟଙ୍କ ଅପୋଜିଟରେ କେଉଁ ଅଭିନେତ୍ରୀ ନଜର ଆସିବେ ଏବେ ତାହା ଉପରେ ସମସ୍ତଙ୍କ ନଜର ।

puja hegde

ଖବର ଅନୁସାରେ ଫିଲ୍ମରେ ହିରୋଇନଙ୍କ ଭୂମିକା ଖୁବ ଛୋଟ ରହିବ । ଫିଲ୍ମରେ ଫିମେଲ ଲିଡଙ୍କ ଭୂମିକା ମାତ୍ର ୧୫-୨୦ ମିନିଟ ରହିବ । କହିରଖୁଛୁ ଯେ, ଅକ୍ଷୟ ଚାହୁଁଛନ୍ତି ଯେ ଏହି ଫିଲ୍ମ ପାଇଁ ରୋହିତ ସେଟ୍ଟୀ ପୂଜା ହେଗଡେଙ୍କ ନାମକୁ କଂସିଡର କରନ୍ତୁ । ପୂଜା ଏହି ରୋଲ ପାଇଁ ପରଫେକ୍ଟ ବୋଲି ଅକ୍ଷୟ ରୋହିତଙ୍କୁ କୁଆଡେ କହିଛନ୍ତି । ସବୁଠାରୁ ବଡ କଥା ହେଉଛି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ହାଉସଫୁଲ-୪’ ରେ ମଧ୍ୟ ପୂଜା ତାଙ୍କ ଅପୋଜିଟରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More