Only for Entertainment

ରିଲିଜ ହେଲା ହାଉସଫୁଲ୪ ଗୀତ ଛମୋ, ଦେଖିବାକୁ ମିଳିଲା ୩ଟି ଯୋଡିଙ୍କ ମଜାଳିଆ ରୋମାନ୍ସ !

27

ରିଲିଜ ହେଲା ହାଉସଫୁଲ୪ ଆଉ ଏକ ନୂଆ ଗୀତ । ଛମୋ ଟାଇଟେଲରେ ପ୍ରସ୍ତୁତ ହୋଇଥିବା ଏହି ଗୀତରେ ଦେଖିବାକୁ ମିଳିଛି ୩ଟି ଯୋଡିଙ୍କ ମଜାଳିଆ ରୋମାନ୍ସ । ଅକ୍ଷୟ-କ୍ରି୍ତି, ବବି-କ୍ରିତି ଖରବନ୍ଦା, ରିତେଶ-ପୂଜା ହେଗଡେ ରୋମାନ୍ସ ସହ ମଜାଳିଆ ଅଭିନୟକୁ ଗୀତରେ ସ୍ଥାନ ଦିଆଯାଇଛି । କାହାଣୀକୁ ଆଖି ଆଗରେ ରଖି ସେଟ ନିର୍ମାଣ କରାଯାଇଛି । କଳାକାରଙ୍କ କଷ୍ଟ୍ୟୁମ ଠାରୁ ନେଇ ସୁଟିଂ ସେଟରେ ଦିଆଯାଇଛି ପରଫେକ୍ଟ ଟଚ୍ ।


ସୁକବିନ୍ଦର ସିଂ, ଶ୍ରେୟା ଘୋଷାଲ, ସୋହାଲି ସେନ ଏହି ଗୀତରେ କଣ୍ଠଦାନ କରିଛନ୍ତି । ସାଜିଦ୍ ନାଡିଆଡୱାଲାଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଫର୍ହାଦ୍ ସମଜି । ୨୬ ଅକ୍ଟୋବରରେ ପରଦାକୁ ଆସିବ ହାଉସଫୁଲ୍ – ୪ । ପୂର୍ବର୍ରୁ ରିଲିଜ ହାଉସଫୁଲର ସମସ୍ତ ସିକ୍ୱେଲ ବକ୍ସ ଅଫିସରେ ବେଶ ଭଲ ପ୍ରଦର୍ଶନ କରିସାରିଛି ଓ ହାଉସଫୁଲ୪ ମଧ୍ୟ ସଫଳତା ପାଇବ ବୋଲି ଆଶା ରଖିଛି ପୂରା ଟିମ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More