Only for Entertainment

ସାମ୍ନାକୁ ଆସିଲା ‘ହାଉସଫୁଲ ୪’ର ମଜାଦାର ପୋଷ୍ଟର, ଡବଲ ରୋଲରେ ନଜର ଆସିଲେ ଅକ୍ଷୟ

zee news
83

ଶେଷରେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । ଅଭିନେତା ଅକ୍ଷୟ କୁମାର ନିଜର ସୁପରହିଟ ଫ୍ରାଂଚାଇଜ ହାଉସଫୁଲର ‘ହାଉସଫୁଲ ୪’ର ପୋଷ୍ଟର ନେଇ ଆସିଛନ୍ତି । ଏହି ଫ୍ରାଞ୍ଚାଇଜର ଅନ୍ୟ ୩ଟି ଫିଲ୍ମ ଅପେକ୍ଷା ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ । ହାଉସଫୁଲ ୪ରେ ୬୦୦ ବର୍ଷର ଲମ୍ବା ଯାତ୍ରାର କାହାଣୀ ଦେଖିବାକୁ ମିଳିବ । ୧୪୧୯ ରୁ ୨୦୧୯ ମଧ୍ୟରେ ଅକ୍ଷୟ କୁମାରଙ୍କ ଦୁଇଟି ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ । ମଙ୍ଗଳବାର ଫିଲ୍ମର ମୋଶନ ପୋଷ୍ଟର ରିଲିଜ ହୋଇସାରିଥିବା ବେଳେ ଏବେ ଫିଲ୍ମର ପୋଷ୍ଟର ରିଲିଜ ହୋଇଛି ।

ଫିଲ୍ମରେ ଅକ୍ଷୟ କୁମାର ଡବଲ ରୋଲରେ ନଜର ଆସିବେ । ଗୋଟିଏରେ ସେ ୧୪୧୯ର ରାଜକୁମାର ବାଲା ଭୂମିକାରେ ନଜର ଆସିବେ । ରଲିଜ ହୋଇଥିବା ପୋଷ୍ଟରରେ ବାଲା ହୋଇ ଅକ୍ଷୟ ତୀର ଚଳାଉଥିବାର ନଜର ଆସିଛନ୍ତି । ସେହିପରି ଅନ୍ୟ ଏକ ପୋଷ୍ଟରରେ ଅକ୍ଷୟ ହିରୋ ଗେଟଅପରେ ନଜର ଆସିଛନ୍ତି । ଏହା ତାଙ୍କର ପୁନର୍ଜନ୍ମ କାହାଣୀ ବିଷୟରେ ଦର୍ଶାଉଛି । ଏହି ଫିଲ୍ମର ଟ୍ରେଲର ୨୭ ସେପ୍ଟେମ୍ବର ଶୁକ୍ରବାର ରିଲିଜ ହେବ ।

କହିରଖୁଛୁ ଯେ, ଫରହାଦ ସାମଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତିତ କ୍ରିତି ସେନନ, ରିତେଶ ଦେଶମୁଖ, କୃତି ଖରବନ୍ଧା, ବିବି ଦେଓଲ, ପୂଜା ଗର୍ଗ ଏବଂ ଆହୁରି ଅନେକ କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More