Only for Entertainment

ନିଆରା ଅନ୍ଦାଜରେ ଫିଲ୍ମର ପ୍ରମୋସନ କଲେ ‘ହାଉସଫୁଲ ୪’ ଟିମ, ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ କଲେ ଟ୍ରେନ ଯାତ୍ରା

Times of India
25

ରିଲିଜ ପୂର୍ବରୁ ଫିଲ୍ମର ପ୍ରମୋସନ କିଛି ନୂଆ କଥା ନୁହେଁ । ନିଜ ନିଜ ଅନ୍ଦାଜରେ ପ୍ରଯୋଜନା ସଂସ୍ଥା ଓ କଳାକାର ଫିଲ୍ମର ପ୍ରମୋସନ କରିଥାନ୍ତି । ଏହାର ଭିତରେ କିନ୍ତୁ ହାଉସଫୁଲ ଫୋର ଟିମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୌଣସି ରିୟଲିଟି ଶୋ କିମ୍ବା ସୁଟି ସେଟ ନୁହେଁ ଫିଲ୍ମର ପ୍ରମୋସନ କରାଯାଇଛି ଟ୍ରେନରେ । ଆଜ୍ଞା ହଁ ଟ୍ରେନର ୮ଟି ବଗି ବୁକ କରାଯିବା ସହ କଳାକାରମାନେ ମୁମ୍ବାଇରୁ ଦିଲ୍ଲୀ ଯାଏଁ ଯାତ୍ରା ମଧ୍ୟ କରିଛନ୍ତି ।

ରେଲୱେ ଫ୍ଲାଟଫର୍ମରେ ଫିଲ୍ମର ପ୍ରମୋସନ । ହାଉସଫୁଲ ଫୋର ଟିମ ପ୍ରମୋସନ ପାଇଁ ଏହି ନୂଆ ତରିକା ଆପଣାଇଛନ୍ତିି । ଶୁଣିବାକୁ ଯେତିକି ନୂଆ ଲାଗୁଛି ସେତିକି ନିଆରା ମଧ୍ୟ ହୋଇଛି ଏହି ଏକ୍ସପେରିମେଂଟ । ଏଭଳି କିଛି କମାଲ କରିଦେଖାଇଛନ୍ତି ହାଉସଫୁଲ ଫୋର ଟିମ ।

 

ବଲିଉଡର ଏହି ଅପକମିଂ ଫିଲ୍ମର ପ୍ରମୋସନ କେବଳ ଫ୍ଲାଟଫର୍ମରେ ନୁହେଁ ପୂରା ଟ୍ରେନଯାତ୍ରା ସହ କରାଯାଇଛି । ମୁମ୍ବାଇ ବୋରିୱଲି ଷ୍ଟେସନରୁ ଦିଲ୍ଲୀ ଯାଏଁ ଗଡିଛି ଏହି ହାଉସଫୁଲ ଏକ୍ସପ୍ରେସ । ଏହାର ଭଡିଓ ଅକ୍ଷୟ କୁମାର ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଟ୍ରେନରେ କେବଳ ହା,ଉସଫୁଲ ଫୋର କଳାକାର ନୁହଁନ୍ତି ଅକ୍ଷୟଙ୍କ ଝିଅ ମଧ୍ୟ ସାମିଲ ଥିଲେ ।

ବୋରିୱଲି ଷ୍ଟେସନରେ ପହଁଚିବା ପୂର୍ବରୁ କଳାକାରମାନେ ଏକ ଭିଡିଓ ଜାରିି କରି ନିଜର ଏହି ସଫର ସମ୍ବନ୍ଧରେ ଜଣାଇଥିଲେ ଅନ୍ୟପଟେ ରେଲୱେ ଷ୍ଟେସନରେ କଳାକାରଙ୍କୁ ଦେଖିବା ପାଇଁ ଯାତ୍ରୀଙ୍କ ସହ ଫ୍ୟାନଙ୍କ ମଧ୍ୟରେ ବେଶ ଗହଳି ଜମିଥିଲା । ଫିଲ୍ମର ସମସ୍ତ କଳାକାର ଏହି ଟ୍ରେନରେ ମୁମ୍ବାଇରୁ ଦିଲ୍ଲୀଯାଏଁ ଯାତ୍ରା କରିବା ପୂର୍ବର ବାଲା ଡ୍ୟାନ୍ସ ଚ୍ୟାଲେଞ୍ଜରେ ପରଫମ କରିଥିଲେ । ପ୍ରାୟ ୧୭ଘଂଟାର ସଫରରେ କଳାକାରମାନେ ସାଥୀ ଯାତ୍ରୀଙ୍କୁ ଭେଟିବା ସହ ପ୍ରମୋସନ କରିଛନ୍ତି । ଟ୍ରେନଯାତ୍ରା ସହ ପ୍ରମୋସନ । ନୂଆ ଅନୁଭୁତି ଦେଇଥିବା କଳାକାର କହିଛନ୍ତି । ଅକ୍ଟୋବର ୨୫ରେ ରିଲିଜ ହେବ ହାଉସଫୁଲ ଫୋର ଏବଂ ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More