Only for Entertainment

ରାକ୍ଷସ ସାଜିଲା ଦେବତାଙ୍କ ବାହାନ । ଜାଣନ୍ତୁ କିପରି ଏକ ସାମାନ୍ୟ ଜୀବ ସାଜିଲା ବାବା ଗଣେଶଙ୍କ ବାହାନ ।

hindirasayan.com
0 55

ପ୍ରାଚୀନ କାଳରେ ଜଣେ ଭୟାନକ ଅସୁର ଥିଲା,ଯାହାର ନାମ ଥିଲା ଗଜମୁଖ । ସେ ଖୁବ ଶକ୍ତିଶାଳୀ ଥିଲା ଏବଂ ଧନବାନ ମଧ୍ୟ ଥିଲା । ସେ ସମସ୍ତଙ୍କୁ ବଶ କରିବାକୁ ଚାହୁଁଥିଲା । ତେଣୁ ବରଦାନ ପାଇବା ପାଇଁ ସେ ଭଗବାନ ଶିବଙ୍କ ତପସ୍ୟା କରିବା ଆରମ୍ଭ କରିଦେଲା । କିଛି ବର୍ଷ ବିତିବା ପରେ ଭଗବାନ ଶିବ ତା ତପସ୍ୟାରେ ଖୁସି ହୋଇ ତା ସାମ୍ନାରେ ପ୍ରକଟ ହେଲେ ଏବଂ ତାକୁ ବରଦାନ ରୂପରେ ଦୈବିକ ଶକ୍ତି ପ୍ରଦାନ କଲେ,ଯେଉଁଥିରେ ତାକୁ କୌଣସି ମଧ୍ୟ ଶତ୍ରୁ ମାରିପାରିବେ ନାହିଁ ।

କିଛି ଦିନ ପରେ ଗଜମୁଖକୁ ନିଜ ଶକ୍ତି ଉପରେ ଗର୍ବ ହୋଇଗଲା । ସେ ସମସ୍ତ ଦେବଙ୍କ ଉପରେ ଆକ୍ରମଣ କଲା । କେବଳ ତ୍ରିଦେବ ଏବଂ ଭଗବାନ ଗଣେଶ ତା ଆତଙ୍କରୁ ବଂଚିଥିଲେ । ସମସ୍ତ ଦେବତା ଭୋଳାନାଥଙ୍କ ନିକଟକୁ ଗଲେ ଏବଂ ଜୀବନ ବଂଚାଇବା ପାଇଁ ପ୍ରାର୍ଥନା କଲେ । ଭୋଳାନାଥ ଗଣପତିଙ୍କୁ ପଠାଇଲେ ଗଜମୁଖର ସାମ୍ନା କରିବା ପାଇଁ ।
ଗଣପତି ବହୁ ସମୟ ଧରି ସେହି ଅସୁର ସହିତ ଯୁଦ୍ଧ କଲେ । ତଥାପି ଗଜମୁଖ ପଛକୁ ହଟିଲା ନାହିଁ । ହଠାତ ସେ ଏକ ମୂଷକ ରୂପ ଧାରଣ କରି ଗଣପତିଙ୍କୁ ଆକ୍ରମଣ କରିବାକୁ ଗଲା ଏବଂ ତତକ୍ଷଣାତ ଭଗବାନ ଡେଇଁ ପଡ଼ି ଗଜମୁଖ ଉପରେ ବସି ପଡ଼ିଲେ । ଏହାପରେ ସେ ଗଜମୁଖକୁ ସବୁଦିନ ପାଇଁ ମୂଷା କରିଦେଲେ । ଗଜମୁଖ ମଧ୍ୟ ଏହି ରୂପରେ ଖୁସି ହୋଇଗଲା ଏବଂ ଭଗବାନଙ୍କର ବାହାନ ହୋଇ ନିଜକୁ ଖୁସି ମନେ କଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More