Only for Entertainment

୧୦ବର୍ଷ ପରେ ଜେଲରୁ ବାହାରି ଏହି କଏଦୀ ଜଣକ ହୋଇଗଲେ କୋଟିପତି !

punjabkesari
40

ଜେଲରୁ ବାହାରିବା ପରେ ଅନେକ ଲୋକ ଖୁବ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି , କେହି ରୋଜଗାର ପାଇଁ ଘୁରି ବୁଲନ୍ତି । କିନ୍ତୁ ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ଜେଲରୁ ବାହାରିବା ପରେ ହୋଇଯାଇଛନ୍ତି କୋଟିପତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜୀବନର ୧୦ବର୍ଷ ସେ ଜେଲରେ ରହିଥିଲେ ଏବଂ ଆସିବା ପରେ ୨ବର୍ଷ ମଧ୍ୟରେ ସେ କୋଟପତି ହୋଇଯାଇଛନ୍ତି । ଏହି ବ୍ୟକ୍ତି ଜଣକଙ୍କ ନାଁ ହେଉଛି ବିଲି ବି । ୨୦୦୨ରେ ବିଲି ବି ୟୁନିଭର୍ସିଟି ଅଫ ବିସ୍କାନାସିନ ରିଭର ଫାଲ୍ସ ପାର୍ଟିରେ ଡ୍ରଗ୍ସ ବିକିଥିଲେ ।

ଡ୍ରଗ୍ସର ଓଭରଡୋଜ କାରଣରୁ ତାଙ୍କର ଏକ ବନ୍ଧୁଙ୍କର ମୃତ୍ୟୁ ହୋଇଯାଇଥିଲା । ବିଲି ବି ନିଜ ଜୀବନର ଏଭଳି ଅସୁବିଧାର ସମ୍ମୁଖୀନ ହେବା ପରେ ସେ ସ୍ଥୀର କରିଥିଲେ ଯେ ଜେଲରୁ ବାହାରି ସେ କଣ କରିବେ । ସେ ପାଠ ପଢାଇବା ଆରମ୍ଭ କରିଥିଲେ ଏବଂ ଜେଲରେ ସମସ୍ତଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିଥିଲେ । ବିଲିଙ୍କୁ ଲେଖିବାକୁ ଭଲ ଲାଗୁଥିଲା ଏହି କାରଣରୁ ସେ ଜେଲରେ ରହି ବହି ମଧ୍ୟ ଲେଖିଥିଲେ । କେବଳ ସେତିକି ନୁହେଁ ସେ ଜେଲ ଭିତରେ କାମ କରି ଟଙ୍କା ମଧ୍ୟ ଇନକମ କରୁଥିଲେ । ଜେଲରୁ ବାହାରିବା ପରେ ବିଲି ବ୍ରାଣ୍ଡେଡ ଟିସାର୍ଟ ବିକିବା ବ୍ୟବସାୟ ଆରମ୍ଭ କରିଥିଲେ ।

ଏହାସହ ସେ ଆପେରଲ ମ୍ୟାନୁଫାକ୍ଚର୍ସର୍ ଏବଂ ସ୍କ୍ରିନ ପ୍ରିଂଟର୍ସଙ୍କ ସହ ସମ୍ପର୍କ ବନାଇଥିଲେ । ଏହି ବ୍ୟବସାୟରେ ତାଙ୍କର ଭଲ ଫାଇଦା ହୋଇଥିଲା । କିଛି ମାସ ମଧ୍ୟରେ ଭଲ ବ୍ୟବସାୟ କରିବା ଆରମ୍ଭ କରିଦେଇଥିଲେ ସେ । ଏହାପରେ ସେ ଶେୟାର ମାର୍କେଟରେ ଇନଭେଷ୍ଟ କରିଥିଲେ । ଶେୟାର ମାର୍କେଟରୁ ଯାହା ମୁନାଫା ହେଲେ ସେ ଏକ ଘର କିଣିଥିଲେ । ଯେତେବେଳେ ବିଲି ଜେଲରୁ ବାହାରି ୨ବର୍ଷ ହୋଇଯାଇଥିଲା ସେ ସମୟରେ ବିଲିଙ୍କ ପାଖରେ କୋଟିଏ ଟଙ୍କା ଅନେକ ସମ୍ପତ୍ତି ହୋଇଯାଇଥିଲା ଏବଂ ସେ ସଫଳତାର ସହ ବ୍ୟବସାୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More