Only for Entertainment

ଈଶା ଅମ୍ବାନୀଙ୍କ ସଙ୍ଗୀତରେ ଇଂଟରନେସନାଲ ରକଷ୍ଟାର ବିୟୋନ୍ସ ଦେଲେ ଜବରଦସ୍ତ ପର୍ଫମାନ୍ସ,ଫିସ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

bollywood tadka
35

ରାଜସ୍ଥାନର ଉଦୟପୁରରେ ଦେଶର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ଏକମାତ୍ର ଲାଡଲୀ ଈଶାଙ୍କ ପ୍ରି ୱେଡିଙ୍ଗ ଇଭେଂଟରେ ରକଷ୍ଟାର ବିୟୋନ୍ସଙ୍କୁ ମଧ୍ୟ ପର୍ଫମ କରିବା ପାଇଁ ଡକା ଯାଇଥିଲା । କହିରଖୁଛୁଯେ ଇଂଟରନେସନାଲ ରକଷ୍ଟାର ବିୟୋନ୍ସ ଈଶାଙ୍କର ଖୁବ ପ୍ରିୟ ରକଷ୍ଟାର,ଏମିତିରେ ମୁକେଶ ଅମ୍ବାନୀ କିଭଳି ବିୟୋନ୍ସଙ୍କୁ ଡାକି ନଥାନ୍ତେ,ତାହା ପୁଣି ଫିସ ଯେତେ ହେଉ ।ଈଶାଙ୍କ ସେଙ୍ଗୀତ ସେରମନିରେ ବଲିଉଡର ଖୁବ ସାରା ତାରକା ପହଂଚିଥିଲେ ।କେବଳ ପହଂଚିନଥିଲେ ବରଂ ସମସ୍ତେ ଜବରଦସ୍ତ ଡ୍ୟାନ୍ସ ପର୍ଫମାନ୍ସ ମଧ୍ୟ ଦେଇଛନ୍ତି ।

ବିୟୋନ୍ସ ସାନଦାର ଡ୍ୟାନ୍ସ ପର୍ଫମାନ୍ସ କଲେ । ଉଦୟପୁରରେ ଏକ ଗ୍ରାଣ୍ଡ ସେଲିବ୍ରେସନ ପାଇଁ ବିୟୋନ୍ସ ୬୦ ଡ୍ୟାନ୍ସରଙ୍କ ସହିତ ପର୍ଫମାନ୍ସ କଲେ । ବିୟୋନ୍ସ ଯେତିକି ବଡ଼ ଷ୍ଟାର ତାଙ୍କ ଫିସ ମଧ୍ୟ ସେତିକି ବଡ଼ ।ଇଂଟରନେସନାଲ ସିଙ୍ଗର ସବୁବେଳେ ନିଜ ବଡ଼ ରକମର ଫିସକୁ ନେଇ ଚିନ୍ତାରେ ରହିଥାନ୍ତି ।

ଥରେ ଏକ ଆଇଲ୍ୟାଣ୍ଡରେ ପର୍ଫମ କରିବା ପାଇଁ ବିୟୋନ୍ସ ୧୪ କୋଟି ୨୭ ଲକ୍ଷ ଟଙ୍କା ନେଇଥିଲେ । ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଈଶା ଅମ୍ବାନୀଙ୍କ ସଙ୍ଗୀତରେ ପର୍ଫମ କରିବା ପାଇଁ ବିୟୋନ୍ସ ପ୍ରାୟ ୭ କୋଟି ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More