Only for Entertainment

ଜାଣନ୍ତୁ ମଣିଷ କେଉଁଭଳି ମୃତ୍ୟୁ ନିକଟରେ ପହଂଚିଥାଏ ।

punjab kesari
0 51

ଦିନେ ଜଣେ ବାଦଶାହ ନିଜ ମୃତ୍ୟୁକୁ ସ୍ୱପ୍ନରେ ଦେଖିଲେ । ସ୍ୱପ୍ନରେ ତାଙ୍କ ନିକଟରେ ଛିଡ଼ା ହୋଇଥିବା ଏକ ଛାଇକୁ ଦେଖିଲେ । ଏହାପରେ ବାଦଶାହ ସେ ଛାଇକୁ କିଏ ବୋଲି ପ୍ରଶ୍ନ ପଚାରିଥିଲେ ଏବଂ ସେଠାକୁ ଆସିଥିବାର କାରଣ ପଚାରିଥିଲେ । ଛାଇ କହିଲାଯେ ମୁଁ ତୁମର ମୃତ୍ୟୁ । ସୂର୍ଯ୍ୟାସ୍ତ ହେବା ମାତ୍ରେ ତୁମକୁ ନେବା ପାଇଁ ମୁଁ ତୁମ ପାଖକୁ ଆସିବି ।
ଅଧରାତିରେ ସେ ତା’ର ସମସ୍ତ ବନ୍ଧୁ ମାନଙ୍କୁ ଡକାଇଲା । ସେହି ସ୍ୱପ୍ନର ଅର୍ଥ ଖୋଜି କହିବାକୁ ସମସ୍ତଙ୍କୁ କହିଲା । ଲୋକମାନେ ପୋଥି ଓଲଟାଇବା ଆରମ୍ଭ କରିଦେଲେ । ବିଭିନ୍ନ ପ୍ରକାର ପନ୍ଥାରେ ଅର୍ଥ ଖୋଜିବାକୁ ଲାଗିଲେ । ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ପରିଚର୍ଚ୍ଚା ଲାଗି ରହିଲା । ସେଥିପାଇଁ ତର୍କ ବିତର୍କର୍ ମଧ୍ୟ ହେଲା । ବାଦଶାହ ଖୁବ ଅସ୍ତବ୍ୟସ୍ତ ହୋଇଗଲା । କାରଣ ସୂର୍ଯ୍ୟ ଉଦୟ ହେବାକୁ ଲାଗିଲା । ସଂଧ୍ୟା ହେବାକୁ ମାତ୍ର ୧୨ ଘଂଟା ସମୟ ଥିଲା । ସେ ଲୋକମାନଙ୍କୁ ବାରମ୍ବାର ପଚାରିଲା,କିନ୍ତୁ ସେଥିରେ ବାଧା ନ ଦେବା ପାଇଁ ଲୋକମାନେ କହିଲେ । କାରଣ ସେମାନେ ସମସ୍ୟା ସମାଧାନର ରାସ୍ତା ଖୋଜୁଥିଲେ ।

ଏହାପରେ ଜଣେ ବୃଦ୍ଧ ବାଦାଶାହ ନିକଟକୁ ଆସିଲେ ଏବଂ ତାଙ୍କ କାନରେ କହିଲେଯେ ତୁମେ ଏକ ଦୂର ସ୍ଥାନକୁ ଚାଲିଯାଅ । ଏହି ଲୋକମାନେ କେବଳ ତର୍କ ବିତର୍କ କରିବେ ।ଏହା ମଧ୍ୟରେ ମୃତ୍ୟୁ ପହଂଚିଯିବ ।

ଏହି ଉପଦେଶ ବାଦଶାହକୁ ଖୁବ ପସନ୍ଦ ଆସିଲା । ତା ପାଖରେ ଜୋରରେ ଦୌଡ଼ୁଥିବା ଏକ ଘୋଡ଼ା ଥିଲା । ଏହାପରେ ସେହି ଘୋଡ଼ାକୁ ଧରି ସେ ବାହାରିଲା ଏବଂ ବୁଦ୍ଧିମାନ ଲୋକଙ୍କୁ କହିଲାଯେ ମୁଁ ଦୂରକୁ ଯାଉଛି,ଯଦି ମୁଁ ପେରେ ତେବେ ତୁମ ମାନଙ୍କର ନିର୍ଣ୍ଣୟ ଜଣାଇବ ।

ସେ ଖୁବ ଖୁସିର ସହିତ ଘୋଡ଼ାକୁ ଧରି ଜୋରରେ ଯିବାକୁ ଲାଗିଲା । ବାରମ୍ବାର ପଛକୁ ଚାହୁଁଥିଲା କିନ୍ତୁ ଛାଇକୁ ନ ଦେଖି ସେ ଖୁସି ହୋଇଗଲା । ଏହାପରେ ସୂର୍ଯ୍ୟ ବୁଡ଼ିବାକୁ ଲାଗିଲା । ସେ ତା ରାଜଧାନୀ ଠାରୁ କିଛି ମାଇଲ ଦୂରରେ ଥିଲା । ସେ ଘୋଡ଼ାକୁ ଧନ୍ୟବାଦ କହିଲା ।ଅଚାନକ ସେ ଏକ ହାତକୁ ଅନୁଭବ କଲା,ଯାହାକୁ ସେ ସ୍ୱପ୍ନରେ ଦେଖିଥିଲା । ସେ ପଛକୁ ବୁଲି ଦେଖିଲାତ ତା ପଛରେ ମୃତ୍ୟୁ ଛିଡ଼ା ହୋଇଥିଲା । ମୃତ୍ୟୁ କହିଲା ମୁଁ ମଧ୍ୟ ତୋ ଘୋଡ଼ାକୁ ଧନ୍ୟବାଦ ଦେବାକୁ ଚାହୁଁଛି । ଯିଏ ଖୁବ ଜୋରରେ ଦୌଡ଼ୁଥିଲା । ନଚେତ ତୁ ଏଠାରେ ପହଂଚି ପାରିବୁକି ନାହିଁ ମୁଁ ସେହି ଆଶଙ୍କାରେ ଥିଲି । କିନ୍ତୁ ଯେତେବେଳେ ମୋତେ ତୋ’ର ଆବଶ୍ୟକତା ଥିଲା ତୁ ଠିକ ସେହି ସମୟରେ ଆସି ପହଂଚିଲୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More