Only for Entertainment

ବିନା ଆଇରନ ସାହାଯ୍ୟରେ ଏଭଳି ନିଅନ୍ତୁ ନିଜ ପୋଷାକର ଯତ୍ନ !

wikiHow
27

ଅଫିସ କିମ୍ବା ମିଟିଂରେ ଆପଣଙ୍କ ପର୍ସନାଲିଟି ଏବଂ ଗ୍ରୁମିଂ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ଅନେକ ଥର ଡେରି ହେବା କାରଣରୁ କିମ୍ବା ଇଲେକ୍ଟ୍ରିସିଟି ଅସୁବିଧା କାରଣରୁ ଆଇରନ କରିବା କଷ୍ଟକର ହୋଇପଡିଥାଏ । ଏହିକାରଣରୁ ସେଦିନ ଆପଣ ଆପଣଙ୍କ ପସନ୍ଦିତା ପୋଷାକ ପିନ୍ଧି ପାରନ୍ତି ନାହିଁ ।

ଯଦି ଆପଣଙ୍କ ସହ ଏଭଳି କିଛି ହେଉଛି ତେବେ ଆମେ ଏଠାରେ ଆପଣଙ୍କୁ କିଛି ସରଳ ଉପାୟ ବତାଇବୁ ।

  • ବ୍ଲୋ ଡ୍ରାୟର –

ଯଦି ଆପଣଙ୍କ ପାଖେ ପ୍ରେସ ନାହିଁ ତେବେ ଆପଣ ଡାୟର ସାହାଯ୍ୟରେ କପଡାର ଭାଙ୍ଗ ଦୂର କରି ପାରିବେ । ସର୍ବପ୍ରଥମେ କପଡାକୁ ଭଲ ଭାବେ ବିଛାଇ ଥୋଇ ଦେବେ ଏବଂ କିଛି ଦୂରରୁ କପଡାକୁ ବ୍ଲୋ ଡ୍ରାୟର କରନ୍ତୁ । ଏହାଦ୍ୱାରା କପଡାରୁ ଭାଙ୍ଗ ଦୂର ହୋଇଯିବ ।

  • ଭିନେଗାର-
    ଭିନେଗାର ଦ୍ୱାରା ଆପଣ ମଧ୍ୟ କପଡା ଭାଙ୍ଗ ଦୂର କରି ପାରିବେ । ପାଣିରେ ଭିନେଗାର ପକାଇ ଭଲ ଭାବେ ଗୋଳାନ୍ତୁ । ଏହାପରେ ପାଣିରେ କପଡା ଓଦା କରି ଶୁଖିବା ପାଇଁ ରଖି ଦିଅନ୍ତୁ ।
  • ତଉଲିଆ-
    ଏହା ସାହାଯ୍ୟରେ ସହଜରେ କପଡାର ଭାଙ୍ଗ ଦୂର ହୋଇଯାଇଥାଏ । ସର୍ବପ୍ରଥମେ କପଡାକୁ ସଫା ଟେବୁଲ ଉପରେ ବିଛାଇ ଦିଅନ୍ତୁ । ଏହାପରେ ଓଦା ଟାୱେଲକୁ ଧୀରେ ଧୀରେ ଭାଙ୍ଗ ଥିବା ସ୍ଥାନରେ ଦବାନ୍ତୁ । ଏଭଳି କରିବା ଦ୍ୱାରା କପଡା ଭାଙ୍ଗ ଦୂର ହୋଇଯାଇଥାଏ ।
  • ବିଛଣା ତଳେ ରଖିଦିଅନ୍ତୁ –
    ନିଜର ପୋଷାକକୁ ବିଛଣା ତଳେ ରଖିବା ଦ୍ୱାରା ମଧ୍ୟ ଭାଙ୍ଗ ଚାଲି ଯାଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More