Only for Entertainment

ନା ନା କରି ପ୍ରେମରେ ପଡ଼ିଲେ କରୀନା, ଟିଭି ଶୋ’ରେ କହିଲେ ପ୍ରେମ କାହାଣୀ ।

bollywood tadka
43

ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଶୋ କଫି ୱିଦ କରନ ଖୁବ ଚର୍ଚ୍ଚାରେ । ନିକଟରେ ବଲିଉଡର ଦୁଇ ସୁନ୍ଦରୀ ପ୍ରିୟଙ୍କା ଏବଂ କରୀନା କରନଙ୍କ ଶୋ’ରେ ପହଂଚିଥିଲେ । ଏହି ଦୁଇଜଣ ଫାଇନାଲ ଏପିସୋଡରେ କେତେକ ଖାସ କଥା ଶେୟାର କଲେ । ଏହି ମଧ୍ୟରେ କରୀନାଙ୍କୁ ନେଇ ଆସିଲା ଏକ ବଡ଼ ଖୁଲାସା । ଯେଉଁଥିରେ ସେ ସୈଫଙ୍କ ସହିତ କିଭଳି ପ୍ରେମରେ ପଡ଼ିଲେ ତାହାର ଖୁଲାସା କରିଛନ୍ତି । କରୀନା କହିଛନ୍ତିଯେ ଦିନ ଥିଲା ଯେତେବେଳେ ସୈଫ ତାଙ୍କୁ ବାରମ୍ବାର ପ୍ରପୋଜ କରୁଥିଲେ କିନ୍ତୁ ସେ ମନା କରୁଥିଲେ ।

 

View this post on Instagram

 

About proposals and palaces. #KoffeeWithKaran #KoffeeWithPriyanka #KoffeeWithKareena

A post shared by Star World (@starworldindia) on

କରୀନାଙ୍କୁ ସେତେବେଳେ ନିଜ କ୍ୟାରିଅର କିମ୍ବା ସୈଫଜଣକୁ ଚୟନ କରିବାର ଥିଲା । କରୀନାଙ୍କ ପାଇଁ ନିଷ୍ପତ୍ତି ନେବା ଖୁବ କଷ୍ଟକର ଥିଲା । ପ୍ୟାରିସରୁ ଫେରିବାର କିଛି ମାସ ପରେ ସୈଫ କରୀନାଙ୍କୁ ପ୍ରପୋଜ କରିଥିଲେ, କିନ୍ତୁ କରୀନା ମନା କରି ଦେଇଥିଲେ । ଏହାପରେ ଟ୍ରିପ ସମୟରେ ସୈଫ କରୀନାଙ୍କ ହୋଟେଲ ରୁମକୁ ଆସି ଫୁଲ ଦେଇ ବିବାହ କରିବାକୁ ପ୍ରପୋଜ କରିଥିଲେ । ସେ ପୁଣି ତତକ୍ଷଣାତ ବିବାହ କରିବା ପାଇଁ ମଧ୍ୟ କହିଥିଲେ । ଏହାପରେ କରୀନା ସୈଫଙ୍କ ଠାରୁ ଦୂରତା ସୃଷ୍ଟି କରିଥିଲେ । କାରଣ ସେ କେବଳ କ୍ୟାରିଅର ଉପରେ ଫୋକସ କରିବାକୁ ଚାହୁଁଥିଲେ ।

ପୁଣିଥରେ ଯେତେବେଳେ ଦୁଇଜଣ ଗ୍ରୀସ ଟ୍ରିପରେ ଯାଇଥିଲେ ସାରା ଜୀବନ ପାଇଁ ସୈଫ କରୀନାଙ୍କ ହାତ ମାଗିଥିଲେ । ସେଠାରେ ମଧ୍ୟ କରୀନା କିଛି କହିନଥିଲେ । କିନ୍ତୁ ଦୁଇଦିନ ଭାବିବା ପରେ ରାଜି ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More