Only for Entertainment

ଏକ ମେସେଜରୁ ଆରମ୍ଭ ହୋଇଥିଲା ସୁସ୍ମିତା ଏବଂ ରୋହମାନଙ୍କ ଲଭ ଷ୍ଟୋରୀ !

50

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଏବେ ନିଜର ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୯ମାସ ହେଲାଣି ସେ ୨୭ବର୍ଷୀୟ ରୋହମାନଙ୍କୁ ଡେଟ୍‌ କରିବା ଆରମ୍ଭ କରିଛନ୍ତି । ତେବେ ଦୁହିଁଙ୍କ ପ୍ରେମ କାହାଣୀ କିଭଳି ଆରମ୍ଭ ହୋଇଥିଲା, ତାହା ଏବେ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ରୋହମାନ ସୁସ୍ମିତାଙ୍କୁ ଇନ୍‌ଷ୍ଟାରେ ବ୍ୟକ୍ତିଗତ ଭାବରେ ଏକ ମେସେଜ କରିଥିଲେ । କିନ୍ତୁ ତାଙ୍କୁ ଜଣା ନଥିଲା ସୁସ୍ମିତା ଏହାର ଜବାବ ରଖିବେ । ଦିନେ ସୁସ୍ମିତା ନିଜ ପିଲମାନଙ୍କ ସହ ଖେଳୁଥିବା ବେଳେ ଭୁଲରେ ରୋହମାନଙ୍କ ମେସେଜ ଉପରେ ହାତ ବାଜି ମେସେଜ ବକ୍ସଟି ଖୋଲି ଯାଇଥିଲା । ଏହା ପରେ ରୋହମାନ ଯେଉଁ ମେସେଜ କରିଥିଲେ, ତାକୁ ପଢ଼ି ଖୁବ୍‌ ଖୁସି ହୋଇଥିଲେ ସୁସ୍ମିତା । ଏହା ସହ ରୋହମାନଙ୍କ ମେସେଜର ଉତ୍ତର ମଧ୍ୟ ରଖିଥିଲେ । ଏହା ପରେ ପରେ ଦୁହିଁଙ୍କ ମଧ୍ୟରେ କଥା ବାର୍ତ୍ତା ଆରମ୍ଭ ହୋଇଥିଲା । କିଛି ଦିନ ପରେ ରୋହମାନ ସୁସ୍ମିତାଙ୍କୁ ନିଜର ଫୁଟବଲ ମ୍ୟାଚ୍‌ ଦେଖିବା ପାଇଁ ନିମନ୍ତ୍ରଣ କରିଥିଲେ । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହେବା ସହ ୯ମାସ ହେଲାଣି ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More