Only for Entertainment

ଆପଣ ଜାଣନ୍ତିକି କିଭଳି ନଡ଼ିଆର ଉତ୍ପତ୍ତି ହେଲା, ପଢନ୍ତୁ ।

punjabkesari
28

ନଡ଼ିଆ ଭଗବାନଙ୍କ ନିକଟରେ ପୂଜା ପାଏ । କାରଣ ହେଉଛି ଏହା ଶୁଭ ବୋଲି ମାନ୍ୟତା ରହିଛି । ଶାସ୍ତ୍ରରେ ଏହାର ଖୁବ ମହତ୍ତ୍ୱ୍ୱ ରହିଛି, ତେଣୁ ଏହାର ନାମ ଶ୍ରୀଫଳ ମଧ୍ୟ ରହିଛି । ତେବେ ଆସନ୍ତୁ ଆଜି ଆଲୋଚନା କରିବାଯେ କିଭଳି ଏହାର ଉତ୍ପତ୍ତି ହେଲା ।

ମାନ୍ୟତା ଅନୁସାରେ ନଡ଼ିଆର ଉତ୍ପତ୍ତି ମହର୍ଷି ବିଶ୍ୱାମିତ୍ରଙ୍କ ଦ୍ୱାରା ହୋଇଥିଲା । ଏହାର କାହାଣୀ ପ୍ରାଚୀନ କାଳରୁ ରାଜା ସତ୍ୟବ୍ରତଙ୍କ ସହିତ ଯୋଡ଼ି ହୋଇ ରହିଛି । ସତ୍ୟବ୍ରତ ଜଣେ ପ୍ରତାପୀ ରାଜା ଥିଲେ । ଯାହାଙ୍କର ଭଗବାନଙ୍କ ଉପରେ ପ୍ରଗାଢ ବିଶ୍ୱାସ ଥିଲା । ସବୁ ଥିବାପରେ ମଧ୍ୟ ତାଙ୍କର ଇଛା ଥିଲାଯେ କିଭଳି ସେ ପୃଥିବୀ ଲୋକରୁ ସ୍ୱର୍ଗଲୋକ ଯିବେ । କିନ୍ତୁ ଏହା କିଭଳି ହେବ ସେ ଜାଣିନଥିଲେ । ଥରେ ମହର୍ଷି ବିଶ୍ୱାମିତ୍ର ତପସ୍ୟା ପାଇଁ ଖୁବ ଦୂରକୁ ଚାଲିଗଲେ, ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ ଫେରିଲେ ନାହିଁ । ତାଙ୍କ ଅନୁପସ୍ଥିତିରେ ସମସ୍ତ ଜମି ଶୁଖିଲା ପଡ଼ିଗଲା ଏବଂ ତାଙ୍କ ପରିବାର ଭୋକ ଶୋଷରେ ଘୂରିବୁଲିଲେ । ଏହାପରେ ସତ୍ୟବ୍ରତ ସେମାନଙ୍କର ଦେଖାଶୁଣା କଲେ । ମହର୍ଷିଙ୍କ ଫେରିବା ପରେ ରାଜାଙ୍କ ଭଲଗୁଣ ବିଷୟରେ ତାଙ୍କ ପରିବାର ମହର୍ଷିଙ୍କୁ କହିଲେ । ସେ ରାଜାଙ୍କୁ ସାକ୍ଷାତ କରି ଧନ୍ୟବାଦ ଜଣାଇଲେ । ଏହାପରେ ମହର୍ଷି ତାଙ୍କୁ ଏକ ବର ମାଗିବାକୁ ରାଜାଙ୍କୁ କହିଲେ । ସ୍ୱର୍ଗ ଲୋକ ଯିବା କଥା ରାଜା କହିଲେ । ଏହାପରେ ଋଷି ଏକ ରାସ୍ତା କହିଲେ, ଯାହାପରେ ରାଜା ସିଧାସଳଖ ସ୍ୱର୍ଗଲୋକରେ ପହଂଚିଲେ । ପୃଥିବୀକୁ ଆସିବା ମାତ୍ରେ ସେଠାରେ କିଭଳି ଦୁର୍ବ୍ୟବହାର ତାଙ୍କ ସହିତ ହୋଇଛି ରାଜା ବଖାଣିେଏବଂ ଋଷି ଏହା ଶୁଣି ରାଗିଗଲେ । ଏହାପରେ ରାଜାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱର୍ଗଲୋକ ନିର୍ମାଣ କରିବାକୁ ଆଦେଶ ଦିଆଗଲା । ସେଠାରେ ଏକ ଖମ୍ବ ନିର୍ମାଣ କରାଗଲା । କୁହାଯାଏ ଏହା ଏକ ଗଛ ହୋଇଗଲା ଏବଂ ରାଜାଙ୍କ ମୁଣ୍ଡ ନଡ଼ିଆରେ ପରିଣତ ହୋଇଗଲା । ଯାହାପରେ ଏହା ଶ୍ରୀଫଳ ନାମରେ ଜଣାଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More