ବନ୍ଧ୍ୟାରୁ ମୁକ୍ତି ପାଇଁ କରନ୍ତୁ ଏହି ଉପାୟ ।
ଲୋକ କଥା ଅନୁସାରେ ବନ୍ଧ୍ୟାକୁ ଏକ ଦୋଷ ବୋଲି କୁହାଯାଏ । ଏହା କେବଳ ନାରୀ ମାନଙ୍କ କ୍ଷେତ୍ରରେ ଦେଖା ଦେଇଥାଏ ତାହା ନୁହେଁ ବରଂ ପୁରୁଷ ମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖା ଦେଇଥାଏ । ସେଥିପାଇଁ କିନ୍ତୁ ସବୁ କ୍ଷେତ୍ରରେ ଏକ ନାରୀକୁ ଦୋଷୀ ସାବ୍ୟସ୍ତ କରି ବିଭିନ୍ନ ଆକ୍ଷେପ କରାଯାଏ । ତେଣୁ ଏହିଭଳି ନାରୀ ଜୀବନରେ ଖୁବ ଦୁଃଖ ପାଇଥାନ୍ତି । ଆଜିର ସମୟରେ ନାରୀଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଉଛି । ବିଭିନ୍ନ ଔଷଧ ସେବନ କରିବା ପରେ ମଧ୍ୟ କୌଣସି ଫଳ ମିଳୁନାହିଁ । ଆପଣ ଜାଣନ୍ତିକି ଏଭଳି କିଛି ଉପାୟ ରହିଛି ଯାହା ଦ୍ୱାରା ବନ୍ଧ୍ୟା ଦୋଷରୁ ମୁକ୍ତି ମିଳିବ । ଆସନ୍ତୁ ଆଲୋଚନା କରିବା ।
ପରିବର୍ତ୍ତିତ ଜୀବନଶ୍ରେଳୀରେ ଏବେ ପ୍ରାୟତଃ କେତେକ ମହିଳାଙ୍କଠାରେ ବନ୍ଧ୍ୟାଦୋଷ ଦେଖାଯାଉଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। ପ୍ରତିଦିନ ଅଶୋକ ପତ୍ର ରସ ଦୁଇ ଚାମୁଚ ପିଇଲେ ଧୀରେଧୀରେ ଏଥିରୁ ମୁକ୍ତି ମିଳିଥାଏ। ସେହିପରି ଅଶୋକ ଛେଲିକୁ ସିଝାଇ ଏହାର ରସକୁ ୧୦ ମିଲି ସେବନ କଲେ ବିଭିନ୍ନ ଋତୁଚକ୍ର ସମସ୍ୟାର ହୋଇଥାଏ ସମାଧାନ। ଏହା ଦ୍ୱାରା ନାନାପ୍ରକାର ଜରାୟୁରୋଗରୁ ଉପଶମ ମିଳିଥାଏ। ଏହି ସିଝାଜଳ ସହ ମିଶ୍ରିଗୁଣ୍ଡ ଓ ମହୁ ମିଶାଇ ସେବନ କଲେ ଜ୍ୱର ତଥା ବାୟୁଜନିତ ରୋଗରୁ ମିଳିଥାଏ ରକ୍ଷା । ଏହାର ମଞ୍ଜି ମୁତ୍ରାଶୟଜନିତ ରୋଗର ନିଦାନ ପାଇଁ ବ୍ୟବହୃତ ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।