Only for Entertainment

ଏହି ଉପାୟରେ ଶରୀରରୁ ଚର୍ବିକୁ ଦୂରାନ୍ତୁ ।

hellomagazine.com
0 24

ନିଜ ବିବାହ ଦିନ ସମସ୍ତେ ଭଲ ଦେଖା ଯିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ଦାମିକା ମେକ୍‌ଅପ୍‌ ସହ ହଜାର ହଜାର ଟଙ୍କାର ପୋଷାକ ମଧ୍ୟ ପରିଧାନ କରିଥାନ୍ତି । କିନ୍ତୁ ସବୁ ଝିଅମାନେ ନିଜ ବିବାହ ପୂର୍ବରୁ ନିଜ ପେଟର ଚର୍ବିକୁ ନେଇକୁ ଚିନ୍ତିତ ରହିଥାନ୍ତି । ବିବାହକୁ କମ ସମୟ ଥିବା ବେଳେ ସେମାନେ ନିଜ ପେଟର ଚର୍ବିକୁ କିପରି ହଟାଇବେ ସେ ନେଇ ଜିମ୍‌ ମଧ୍ୟ ଯାଇଥାନ୍ତି । କିନ୍ତୁ ତାହା ଦ୍ୱାରା ବିଶେଷ କିଛି ଲାଭ ମିଳି ନ ଥାଏ । ଏବେ ଆପଣ କମ ସମୟ ମଧ୍ୟରେ ଘରେ ବସି ନିଜର ଓଜନ କମ କରି ପାରିବେ । କିପରି? ଆସନ୍ତୁ ଜାଣିବା…

୧. ଯଦି ଆପଣ ନିଜ ପେଟ ଏବଂ ଅଣ୍ଟାରୁ ଚର୍ବି କମ କରିବାକୁ ଚାହୁଁଛନ୍ତି ତେବେ ନିଜ ଡ଼ାଏଟ୍‌ରେ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଫାଇବର ଯୁକ୍ତ ଖାଦ୍ୟ ଶରୀରର ଡ଼ାଇଜେଷ୍ଟିଭ୍‌ ସିଷ୍ଟମକୁ ଠିକ୍‌ ରଖିଥାଏ । ଯାହାଦ୍ୱାରା ଶରୀରରେ ଜମା ଥିବା କ୍ୟାଲୋରି କମ ହେବା ସହ ପେଟ କମ ହୋଇଥାଏ ।
୨.ବିବାହକୁ କମ ସମୟ ଥିଲେ ନିଜ ଡ଼ାଏଟ୍‌ରେ ଆପଲ ସାଇଡ଼ର ଭିନେଗାର ସାମିଲ କରନ୍ତୁ । ଶୁଦ୍ଧ ପାଣିରେ ୨ଟେବୁଲ ସ୍ପୁନ୍‌ ଆପଲ ସାଇଡ଼ର ଏବଂ ଗୋଟେ ଚାମଚ ମହୁ ମିଶାଇ ପିଅନ୍ତୁ । ଏହା ଦ୍ୱାରା ପେଟର ଚର୍ବି କମ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ,ବ୍ରଣ କମ ହୋଇଥାଏ,ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇ ରହିବା ସହ ରକ୍ତଚାପ ନିୟନ୍ତ୍ରଣ ହୋଇ ହୋଇଥାଏ ।
୩.ପେଟର ଚର୍ବି କମ କରିବା ପାଇଁ ହେଲେ ଶରୀରରେ ଜଳୀୟଅଂଶ ଠିକ୍‌ ରହିବା ଆବଶ୍ୟକ । ଭରପୂର ମାତ୍ରରେ ପାଣି ପଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଯାହାଦ୍ୱାରା ମୁହଁ ଚମକିବାକୁ ଲାଗିଥାଏ । ପେଟର ଚର୍ବି କମ କରିବା ପାଇଁ କେବଳ ପାଣି ନୁହେଁ, ଏହା ସହ ଗ୍ରୀନ୍‌ ଟି,ତାଜା ପରିବା ଏବଂ ଫଳ ଖାଇ ପାରିବେ ।

୪.ଦୀର୍ଘଦିନ ଧରି ଅବସାଦଗ୍ରସ୍ତ ରହିବା ଦ୍ୱାରା ଶରୀରରେ ଚର୍ବି ବଢ଼ିଥାଏ । ଅଧିକ ଦିନ ପର୍ଯ୍ୟନ୍ତ ଚିନ୍ତାଗ୍ରସ୍ତ ରହିବା ଦ୍ୱାରା ଶରୀରରେ କାର୍ଟିିସୋଲ ନାମକ ହରମୋନ ତିଆରି ହୋଇଥାଏ, ଯାହା ଦ୍ୱାରା ପେଟର ଚର୍ବି ବଢ଼ିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More