Only for Entertainment

ପ୍ରେମରେ ମଧୁରତା ଚାହୁଁଥିଲେ ଏହି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ ।

45

ପ୍ରେମ ଏକ ପବିତ୍ର ସଂପର୍କ । ଯେଉଁଥିରେ ଛଳନା ରହିବା ଅନୁଚିତ । ଏହା ମଧୁର ହେଲେ ଜୀବନରେ ସୁଧାରତା ଆସିଥାଏ । ଭବିଷ୍ୟତରେ ଆଗକୁ ବଢିବାର ପ୍ରତ୍ୟେକ ମାର୍ଗ ପରିଷ୍କାର ରହିଥାଏ । କିନ୍ତୁ ଯଦି ଏଥିରେ ମନମାଳିନ୍ୟ ବା କଳହ ସୃଷ୍ଟି ହୁଏ ତେବେ ଜୀବନ ତିଳ ତିଳ ହୋଇ ଜଳିଯାଏ । ବଦଳିଯାଏ ଜୀବନର ପରିଭାଷା । ନା ରହେ ବାସ୍ତବ ପ୍ରେମ ନା ବିଶ୍ୱାସ । ତେବେ ପ୍ରେମକୁ ମଧୁର କିଭଳି କରାଯାଇପାରିବ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଉଚିତ ।

ରିଲେସନସିପରେ ଥିବା ବେଳେ ନିଜର ପ୍ରେମିକା ଉପରେ କେବେ ବି ଅବିଶ୍ୱାସ କରନ୍ତୁ ନାହିଁ । କାରଣ ଥରେ ଯଦି ସନ୍ଦେହ ମନରେ ପଶି ଯାଏ ତେବେ ସେ ଯେତେ ଠିକ କାମ କଲେ ମଧ୍ୟ ଭୁଲ ଭଳି ଲାଗିବ । ଏଣୁ କେବେ ବି ନିଜର ପ୍ରେମିକା ଉପରେ ସନ୍ଦେହ କରନ୍ତୁ ନାହିଁ ।

ନିଜ ପ୍ରେମିକାଙ୍କ ଯୋଗ୍ୟତାକୁ ଗୁରୁତ୍ୱର ସହ ନେବା ଦରକାର । ସବୁବେଳେ ନିଜ ପ୍ରେମିକାର ପ୍ରଂଶସା କରିବାକୁ ଭୁଲନ୍ତୁ ନାହିଁ । ମଝିରେ ମଝିରେ ଆଇ ଲଭ ୟୁ କହିବା ନିହାତି ଦରକାର ଯାହାଦ୍ୱାରା ପ୍ରେମିକାର ପ୍ରେମ ବଢ଼ିଯିବ ।

ତେବେ ସବୁଠାରୁ ବଡ କଥା ହେଉଛି ଝିଅମାନେ ଅଧିକ ବୁଲାବୁଲି କରିବା ପାଇଁ ଭଲ ପାଇବା ସହ ଗିଫ୍ଟ ନେବାକୁ ଭଲ ପାଆନ୍ତି । ଏଣୁ ନିଜ ପ୍ରେମିକାର ମନବୁଝି ମଝିରେ ମଝିରେ ବୁଲେଇ ନେବା ସହ ଗିଫ୍ଟ ଦେଲେ ସେ କେବେ ବି ମନରୁ ନିଜ ପ୍ରେମିକକୁ ଭୁଲିପାରିବେନି ଫଳରେ ପ୍ରେମ ଅଧିକ ଦିନ ତିଷ୍ଠି ରହିବ ।

ସବୁ ଝିଅ ଚାହାଁନ୍ତି ତାଙ୍କ ପ୍ରେମିକ ତାଙ୍କର ସବୁ କଥା ଶୁଣନ୍ତୁ ଏଣୁ ପ୍ରେମିକ ଟିକେ କମ କହି ତାଙ୍କ କଥା ଶୁଣନ୍ତୁ । ମାର୍କେଟ ଗଲେ ନିଜେ ପଇସା ଖର୍ଚ୍ଚ କରିବା ସହ ତାଙ୍କ ମନ ପସନ୍ଦର ଡ୍ରେସ ଏବଂ ଖାଇବା କିଣିଦିଅନ୍ତୁ । ଯାହା ଫଳରେ ପ୍ରେମିକାଙ୍କ ପ୍ରେମ ଦୁଇଗୁଣା ବଢ଼ିଯିବ ।

ସବୁବେଳେ ନିଜ ପ୍ରେମିକାଙ୍କ ସୁରକ୍ଷା କରିବା ପାଇଁ ଚେଷ୍ଟା କରନ୍ତୁ । ଯାହା ଫଳରେ ତାଙ୍କର ତମ ଉପରେ ବିଶ୍ୱାସ ହୋଇଯିବ କି ମୋତେ ଭବିଷ୍ୟତରେ ମଧ୍ୟ ସୁରକ୍ଷା ଦେଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More