Only for Entertainment

ଶୀତଦିନେ ବାଛନ୍ତୁ ଠିକ କ୍ରିମ,ସ୍କିନ ଟାଇପ ପ୍ରତି ଧ୍ୟାନ ଦିଅନ୍ତୁ ।

thehealthsite.com
31

ଶୀତଦିନ ଆସିଗଲାଣି । ଏବେ ଆପଣଙ୍କ ତ୍ୱଚା ମଧ୍ୟ ଆପଣଙ୍କୁ ଚିନ୍ତିତ କରିବ ।ଏହିଭଳି ସ୍ଥିତିରେ ଆପଣଙ୍କୁ ଆପଣଙ୍କ ତ୍ୱଚାକୁ ରକ୍ଷା କରିବାକୁ ପଡ଼ିବ ।ବଜାରରେ ବିଭିନ୍ନ ପ୍ରକାରର ଲୋସନ ଏବଂ କ୍ରିମ ମିଳୁଛି ଯାହା ଦ୍ୱାରା ଆପଣ ଆପଣଙ୍କ ତ୍ୱଚାକୁ ପୁଣିଥରେ କୋମଳ କରିପାରିବେ,କିନ୍ତୁ ସବୁଠାରୁ ବଡ଼ ସମସ୍ୟା ହେଉଛିଯେ ଆପଣ କୌଣସି ଗୋଟିଏ କ୍ରିମକୁ ବାଛନ୍ତୁ । ଏହି ପ୍ରଶ୍ନର ଉତ୍ତର ଗୋଟିଏ କଥା ଉପରେ ନିର୍ଭର କରୁଛିଯେ ଆପଣଙ୍କ ସ୍କିନ କେଉଁ ଟାଇପର ।

ଯଦି ଆପଣଙ୍କର ଡ୍ରାଇ ସ୍କିନ ତେବେ ଆପଣ ସେହିଭଳି କ୍ରିମ ବାଛନ୍ତୁ ଯେଉଁଥିରେ ହ୍ୟାଲୁରୋନିକ ଏସିଡ ସାମିଲ ଥିବ । ଏଥିରେ ସୁପର ହାଇଡ୍ରେଟିଙ୍ଗ ଗୁଣ ରହିଥାଏ ।

ତେଲିଆ ତ୍ୱଚାର ବ୍ୟକ୍ତି ଯଦି ହେଭି କ୍ରିମ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ତ୍ୱଚାରେ ଛିଦ୍ର ବନ୍ଦ ହୋଇଯିବ । ଏହାର ଅର୍ଥ ନୁହେଁଯେ ଆପଣ ମଏଶ୍ଚରାଇଜର ବ୍ୟବହାର କରିବା ଛାଡ଼ିଦେବେ ।ଆପଣଙ୍କୁ ଜେଲ,ସିରମ ଏବଂ ଲାଇଟ ଫର୍ମୁଲା ବ୍ୟବହାର କରିବା ଉଚିତ ।
ଯଦି ଆପଣଙ୍କର ସେନ୍ସଟିଭ ସ୍କିନ ତେବେ ଶୀତଦିନେ ଆପଣଙ୍କୁ କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଦିଏ । ଆପଣଙ୍କୁ ଆଂଟି ଅକ୍ସିଡାଂଟ କ୍ରିମଏବଂ ବିନା ଫ୍ରାଗ୍ରାନ୍ସର କ୍ରିମ ବ୍ୟବହାର କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More