Only for Entertainment

ମେହେନ୍ଦି ଛଡାଇବାର ଘରୋଇ ଉପାୟ

topmehndidesigns.com
0 67

ବିବାହ,ରଜ ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ମେହେନ୍ଦି କରିବାକୁ ସବୁ ଝିଅଙ୍କୁ ଭଲ ଲାଗେ। ମେହେନ୍ଦିର ରଙ୍ଗ ଗାଢ ହୋଇଗଲେ ଡିଜାଇନ ଖୁବ୍‍ ସୁନ୍ଦର ରୂପେ ଦେଖାଦେଇଥାଏ। ମାତ୍ର ମେହେନ୍ଦିର ରଙ୍ଗ ଫିକା ହୋଇଗଲେ ତାକୁ ସମ୍ପୁର୍ଣ୍ଣ ରୂପେ ଛଡାଇବା ପାଇଁ ଚେଷ୍ଟା କରିଥାଉ। ଆସନ୍ତୁ ଜାଣିବା ଫିକା ମେହେନ୍ଦିକୁ ଶୀଘ୍ର କିପରି ଛଡାଇବା।

ବ୍ଲିଚ:
ବ୍ଲିଚର ବ୍ୟବହାର ଆମ ମୁହଁକୁ ପରିଷ୍କାର କରିବା ପାଇଁ ବ୍ୟବହାର କରିଥାଉ। ଏହି ବ୍ଲିଚ ଆମ ମୁହଁକୁ ଯେପରି ପରିଷ୍କାର କରିଥାଏ, ସେପରି ଫିକା ହୋଇଯାଇଥିବା ମେହେନ୍ଦିକୁ ସମ୍ପୁର୍ଣ୍ଣ ରୂପେ ଛଡାଇବାରେ ମଧ୍ୟ ସାହାଯ୍ୟ କରେ। ପ୍ରଥମେ ହାତର ଯେଉଁ ସ୍ଥାନରେ ମେହେନ୍ଦି ଲାଗିଛି ସେହିଠାରେ ବ୍ଲିଚକୁ ଲଗାଇ ଶୁଖିବାକୁ କିଛି ସମୟ ଛାଡି ଦିଅନ୍ତୁ। ବ୍ଲିଚ ସମ୍ପୁର୍ଣ୍ଣ ରୂପେ ଶୁଖି ଗଲା ପରେ ତାକୁ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ହାତର କୋମଳତା ନଷ୍ଟ ନ ହେବା ପାଇଁ ବ୍ଲିଚ କରିବା ପରେ ଭଲ ଭାବରେ କ୍ରିମ୍‍ ଲଗାନ୍ତୁ।

ଅଲିଭ ତେଲ ଓ ଲୁଣ:
ମେହେନ୍ଦି ଭଲଭାବେ ଛାଡିବା ପାଇଁ ଅଧିକ ସମୟ ଲାଗିଥାଏ। ତେଣୁ ଆମକୁ ପୁନଶ୍ଚ ମେହେନ୍ଦି କରିବା ପାଇଁ ଅପେକ୍ଷା କରିବାକୁ ପଡିଥାଏ। ଅଲିଭ ତେଲ ଓ ଲୁଣ ଦ୍ୱାରା ଆମେ ଫିକା ମେହେନ୍ଦିକୁ ହାତରୁ ଛଡାଇ ଆଉ ଥରେ ମେହେନ୍ଦି ଲଗାଇ ପାରିବା। ପ୍ରଥମେ ଅଲିଭ ତେଲ ଓ ଲୁଣକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତାପରେ ତୁଳା ସାହାଯ୍ୟରେ ସେହି ପେଷ୍ଟକୁ ହାତରେ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ତାପରେ ଶୁଖିଲା ତୁଳାରେ ସଫା କରି ଦିଅନ୍ତୁ। ଏପରି କରିବା ଦ୍ୱାରା ହାତର କୋମଳତା ନଷ୍ଟ ହେବନାହିଁ।

ଲେମ୍ବୁ: ଲେମ୍ବୁ ଦ୍ୱାରା ଆମେ ବହୁତ ଉପକାର ପାଇଥାଉ। ମେହେନ୍ଦି ରଙ୍ଗ ଗାଢ଼ କରିବାରେ ଲେମ୍ବୁ ଉପକାର କରିଥାଏ। ସେହିପରି ଫିକା ମେହେନ୍ଦିର ରଙ୍ଗ ଛଡ଼ାଇବା ପାଇଁ ଲେମ୍ବୁ ମଧ୍ୟ ସାହାଯ୍ୟ କରିଥାଏ। ଲେମ୍ବୁକୁ ଛୋଟ କରି କାଟି ଦିଅନ୍ତୁ। ତାପରେ ଲେମ୍ବୁକୁ ହାତରେ କିଛି ସମୟ ପର୍ଯ୍ୟନ୍ତ ଘଷନ୍ତୁ। କିଛି ସମୟ ପରେ ମେହେନ୍ଦିର ରଙ୍ଗ ଛାଡିଯିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More