Only for Entertainment

ବର୍ଷାରେ ନଷ୍ଟ ହୋଇ ହଳଦିଆ ହୋଇ ଯାଇଥିବା ଜୋତାକୁ କିଭଳି ସଫା କରିବେ?

thelaundryservices.in
56

ଜୋତା ପିନ୍ଧିବା ପରେ ବାହାରର ପରିସ୍ଥିତି ସଂସ୍ପର୍ଶରେ ଆସି ଜୋତା ଅପରିଷ୍କାର ହୋଇଯାଏ ଏବଂ ତାହାର ରଙ୍ଗ ବଦଳିଯାଏ । ସବୁଠାରୁ ଖାସ କଥା ହେଉଛି ଯେତେବେଳେ ଜୋତା ହଳଦିଆ ରଙ୍ଗ ହୋଇଯାଏ ତାହାକୁ ଛଡ଼ାଇବା କଷ୍ଟସାଧ୍ୟ ହୋଇଯାଏ । ତେଣୁ କିଭଳି ଜୋତାରୁ ସେହି ହଳଦିଆ ରଙ୍ଗକୁ ଅତି ସହଜରେ ଛଡ଼ାଇ ହେବ ଆସନ୍ତୁ ଆଲୋଚନା କରିବା ।

ପ୍ରଥମେ ଜୋତାକୁ ସଫା କରି ଦିଅନ୍ତୁ ଏବଂ ଶୁଖାଇ ଦିଅନ୍ତୁ । ଏହାପରେ ଜୋତା ଉପରେ ଧଳା ଟିସୁକୁ ଓଦା କରି ଭଲ ଭାବରେ କଭର କରି ଦିଅନ୍ତୁ ଏବଂ ଏହା ଉପରେ ଶୁଖିଲା ଟିସୁ ପେପର କଭର କରି ୨୪ ଘଂଟା ପାଇଁ ରଖି ଦିଅନ୍ତୁ । ଏହା ପରଦିନ ଦେଖିବେ ଜୋତାର ହଳଦିଆ ରଙ୍ଗ ଛାଡ଼ି ଯାଇଥିବ ।

ଏହା ବ୍ୟତୀତ ଅନ୍ୟ ଏକ ଉପାୟ ମଧ୍ୟ କରିପାରିବେ । ହଳଦିଆ ହୋଇ ଯାଇଥିବା ସ୍ଥାନରେ ଟୁଥପେଷ୍ଟ ଲଗାଇ ଭଲ ଭାବରେ ପୋଛି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଜୋତାର ହଳଦିଆ ରଙ୍ଗ ଛାଡ଼ିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More