Only for Entertainment

ତ୍ୱଚା ତେଲିଆ ହୋଇ ଯାଉଥିଲେ କରନ୍ତୁ ଏହି ଉପାୟ, ଚୁଟକୀରେ ଦୂର ହେବ ସମସ୍ୟା ।

Modern Asian Newspaper in Melbourne
34

ତ୍ୱଚା ତିନି ପ୍ରକାରର । ସେହି ମଧ୍ୟରୁ ତେଲିଆ ତ୍ୱଚା ଗୋଟିଏ । ଏଭଳି ତ୍ୱଚା ହୁଏତ ଆପଣଙ୍କର ମଧ୍ୟ ଥିବ । ସେଥିପାଇଁ ନିହାତି ଭାବରେ ଆପଣ ଚିନ୍ତିତ ହେଉଥିବେ । ଚିନ୍ତା କରନ୍ତୁ ନାହିଁ । ଏହି ସମସ୍ୟାରୁୁ ଆପଣ ଅତି ସହଜରେ ମୁକ୍ତି ପାଇପାରିବେ । କିପରି ଏହା କରିପାରିବେ ଆସନ୍ତୁ ଆଲୋଚନା କରିବା ।

ଟମାଟୋ, ମୁଲତାନି ମାଟି ଓ ଚନ୍ଦନ –
ଏକ ପାତ୍ରରେ ଟମାଟୋ ରସ, ମୁଲତାନି ମାଟି ଓ ଚନ୍ଦନ ପାଉଡ଼ର ମିଶାଇ ଦିଅନ୍ତୁ। ଏବେ ଏହାକୁ ମୁହଁରେ ଲଗାଇ ୫ ରୁ ୧୦ ମିନିଟ ରଖନ୍ତୁ। ଏହା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ନିୟମିତ ଏହାକୁ ସପ୍ତାହକୁ ଥରେ କିମ୍ବା ୨ ଥର ଲଗାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିବ।

ଚନ୍ଦନ, କମଳା, ଗୋଲାପ ଜଳ –
ଏକ ପାତ୍ରରେ ଚନ୍ଦନ ପାଉଡ଼ର, କମଳା ଚୋପାର ଗୁଣ୍ଡ, ଗୋଲାପ ଜଳ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇବା ପରେ ଏହାକୁ ୧୫ ରୁ ୨୦ ମିନିଟ ରଖନ୍ତୁ। ଏହା ପରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ସପ୍ତାହକୁ ୨ଥର ଲଗାଇଲେ ବହୁ ଉପକାର ମିଳିଥାଏ।

ହଳଦୀ ଗୁଣ୍ଡ, ମୁଲତାନି ମାଟି ଓ ଚନ୍ଦନ –
ହଳଦୀ ଗୁଣ୍ଡ, ମୁଲତାନି ମାଟି ଓ ଚନ୍ଦନ ଏହାକୁ ଏକ ପାତ୍ରରେ ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଲଗାଇବାର କିଛି ସମୟ ପରେ ଏହାକୁ ମୁହଁ ଧୋଇ ଦିଅନ୍ତୁ। ଏହା ମଧ୍ୟ ମୁହଁର ତେଲିଆ ସମସ୍ୟାକୁ ଦୂର କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More