Only for Entertainment

ମେହେନ୍ଦୀକୁ ଗାଢ କରିବା ପାଇଁ କରନ୍ତୁ ଏହି ସରଳ ଘରୋଇ ଉପାୟ

scoophoop
34

ବାହାଘର ସମୟରେ ଯେଉଁ ଯୁବତୀଙ୍କ ମେହେନ୍ଦୀ ଯେତେ ଗାଢ଼ ହୁଏ ତାଙ୍କ ବୈବାହିକ ଜୀବନ ସେତେ ପ୍ରେମରେ ଭରିଯାଏ। ତେବେ ଆପଣ ବି ଯଦି ଚାହୁଁଛନ୍ତି ଯେ ମେହେନ୍ଦୀର ରଙ୍ଗ ଗାଢ଼ ହେଉ ଓ ଏହା ଅଧିକ ସମୟ ଧରି ହାତରେ ରହୁ ତେବେ ଚିନ୍ତା କରନ୍ତୁ ନାହିଁ। ଅଳ୍ପ ପରିଶ୍ରମରେ ମେହେନ୍ଦୀ କିପରି ଅଧିକ ଗାଢ଼ ଦେଖାଯିବ ଆଜି ଆମେ ଆପଣଙ୍କୁ ବତାଇବୁ।

ମେହେନ୍ଦୀ ଲଗାଇବା ପୂର୍ବରୁ ହାତ ଓ ପାଦକୁ ଭଲ ଭାବେ ସଫା କରନ୍ତୁ। ହାତ ଓ ପାଦ ଭଲ ଭାବେ ପରିଷ୍କାର ହୋଇଗଲେ ମେହେନ୍ଦୀ ଭଲ ଭାବେ ପାଚିଥାଏ।

ମେହେନ୍ଦୀ ଲଗାଇବା ପରେ କିଛି ଘଣ୍ଟା ଶୁଖିବା ଲାଗି ଛାଡ଼ି ଦିଅନ୍ତୁ। ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ ମେହେନ୍ଦୀ ଲଗାଇ ରଖିବା ଫଳରେ ଏହା ଅଧିକ ଗାଢ଼ ହୋଇଥାଏ। ଆପଣ ଚାହିଁଲେ ମେହେନ୍ଦୀକୁ ରାତିରେ ଲଗାଇ ଶୋଇବାକୁ ଯାଇପାରିବେ। ସକାଳୁ ଏହାକୁ ଛଡ଼ାଇବା ଦ୍ୱାରା ଏହା ଅଧିକ ଗାଢ଼ ଦେଖାଯାଏ।

ମେହେନ୍ଦୀ ଶୁଖିଲା ପରେ ହାତରେ ଲେମ୍ୱୁ ଓ ଚିନି ପାଣି ଲଗାଇ ରଖନ୍ତୁ। ଏହାସହିତ ଥରେ କିମ୍ୱା ଦୁଇ ଥର ସୋରିଷ ତେଲ ଲଗାନ୍ତୁ।

ତାୱାରେ ଦୁଇରୁ ତିନୋଟି ଲବଙ୍ଗ ପକାଇ ହାତକୁ ପାଖକୁ ନେଇ ସେକନ୍ତୁ। ଏହାଦ୍ୱାରା ଆପଣ ଥଣ୍ଡା ହାତ ଗରମ ହେବା ସହ ମେହେନ୍ଦୀ ଗାଢ଼ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More