Only for Entertainment

ଗୋଲାପି ଓଠ ଚାହୁଁଥିଲେ……………….. ।

Pinterest
61

ଗୋଲାପି ଓଠ କାହାକୁ ବା ପସନ୍ଦ ନୁହେଁ । ଏହା ଦ୍ୱାରା ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ । କିନ୍ତୁ ଓଠ ଯଦି କଳା ପଡ଼ିଯାଏ ତେବେ ସମସ୍ତଙ୍କ ସାମ୍ନାକୁ ଯିବାକୁ ଖରାପ ଲାଗେ । କେହି କେହି କଳା ଓଠକୁ ଲୁଚାଇବା ପାଇଁ ଲିପଷ୍ଟିକ ଲଗାନ୍ତି । ତେବେ ଚିନ୍ତା କରନ୍ତୁ ନାହିଁ । ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ତେବେ ଅତି ସହଜରେ ଏଥିରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଆଲୋଚନା କରିବା କିଛି ଟିପ୍ସ ବିଷୟରେ ।

ଡାଳିମ୍ବ ପେଷ୍ଟ: ଓଠ ପାଇଁ ଡାଳିମ୍ବ ଖୁବ୍ ଲାଭଦାୟକ । ଏହା ଓଠକୁ ମଇଶ୍ଚରାଇଜ୍ କରିଥାଏ । ସେଥିପାଇଁ ଡାଳିମ୍ବ ମଞ୍ଜିକୁ ପେଷ୍ଟ କରି ସେଥିରେ ସାମାନ୍ୟ ଖୀର ଏବଂ ଗୋଲାପ ଜଳ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ହାଲୁକାରେ ଓଠରେ ଘଷିବା ଦ୍ୱାରା ଫାଇଦା ହୋଇଥାଏ ।

ଚିନି: ଓଠର ଡେଡ୍ ସ୍କିନ୍ ହଟିବା ଦ୍ୱାରା ବି କଳାପଣ ଦୂର ହୋଇଥାଏ । ଚିନିକୁ ଗୁଣ୍ଡ କରି ସେଥିରେ କିଛି ଘିଅ ମିଶାଇ ଓଠରେ ଲଗାନ୍ତୁ । ସପ୍ତାହରେ ଗୋଟେ ଥରେ ଏଭଳି କରିବା ଦ୍ୱାରା ଓଠ କୋମଳ ରହିଥାଏ ।

ଲେମ୍ବୁ: ଲେମ୍ବୁର ପ୍ରୟୋଗ ସର୍ବଦା କଳାଦାଗ ହଟାଇବା ପାଇଁ କରାଯାଇଥାଏ । ଆପଣ ଓଠରେ ଲେମ୍ବୁ ମଧ୍ୟ ବ୍ୟବହାର କରି ପାରିବେ । ଏଭଳି ନିୟମିତ କରିବା ଦ୍ୱାରା ବହୁତ ଶୀଘ୍ର କଳାଦାଗ ଦୂର ହୋଇଥାଏ ।

ଗୋଲାପ: ଗୋଲାପରେ ୩ଟି ଔଷଧୀୟ ଗୁଣ ପ୍ରଚୁର ମାତ୍ରାରେ ରହିଛି । ଏହା ଆରାମ, ଥଣ୍ଡା ଏବଂ ମଇଶ୍ଚରାଇଜର ଭଳି କାମ କରିଥାଏ । ଗୋଲାପ ପାଖୁଡା ଓଠକୁ ମଇଶ୍ଚରାଇଜ କରିବା ସହ କଳାପଣ ଦୂର କରି ଗୋଲାପି କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More