Only for Entertainment

ଦରିଦ୍ରତାରୁ ଦୂରେଇ ରହିବାକୁ ଚାହୁଁଥିଲେ କରନ୍ତୁ ଏହି ଉପାୟ ।

udayavani.com
37

ଧନଭାବ ଅଧିକାଂଶଙ୍କର ହୋଇଥାଏ । ସେଥିରୁ ରକ୍ଷା ପାଇବା ପାଇଁ ଆପଣ ଉପାୟମାନ ମଧ୍ୟ କରନ୍ତି । ତେବେ ଘର ସହିତ ଜଡ଼ିତ କିିଛି ସାଧାରଣ ଉପାୟ ରହିଛି ଯାହାକୁ ଆପଣ ଅତି ସହଜରେ କରିପାରିବେ । କେଉଁ ସବୁ ଉପାୟ କରିବା ଉଚିତ ଆସନ୍ତୁ ଆଲୋଚନା କରିବା ।

୧. ଘରର ଉତ୍ତର-ପୂର୍ବ ଦିଗର କାନ୍ଥରେ ଦର୍ପଣ ଲଗାନ୍ତୁ। ବାସ୍ତୁ ଅନୁସାରେ, ଦକ୍ଷିଣ ଓ ପଶ୍ଚିମ ଦିଗରେ ଦର୍ପଣ ଲଗାଇଲେ ଘରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ।
୨. ଆପଣ ଘର ତିଆରି କରିବା ସମୟରେ ନିଅଁ ଖୋଳିଥା’ନ୍ତି। ଏହାକୁ ଅତିକମ୍‌ରେ ଦୁଇରୁ ତିନି ଫୁଟ୍‌ ଗଭୀର କରି ଖୋଳନ୍ତୁ। ଏହା ସହିତ ଘରର ଉତ୍ତର ଦିଗକୁ ଗଡ଼ାଣିଆ ରଖନ୍ତୁ। ବାସ୍ତୁ ହିସାବରେ ଏପରି କରିବା ଦ୍ୱାରା ଘରେ ଲକ୍ଷ୍ମୀ ବାସ କରନ୍ତି।
୩. ବାସ୍ତୁ ଅନୁସାରେ, ଘରର ଦକ୍ଷିଣ ପଶ୍ଚିମ ବା ଦକ୍ଷିଣ ଦିଗରେ ପାଣି ଟାଙ୍କି, କୂଅ କିମ୍ୱା ନଳକୂପ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣ ଦରିଦ୍ର ହୋଇଥା’ନ୍ତି।
୪. ପୂର୍ବ ଓ ଉତ୍ତର ଦିଗରେ ଭାରି ବସ୍ତୁ ରଖିବା ଉଚିତ୍‌ ନୁହେଁ। ଘର ତିଆରି ସମୟରେ ଉତ୍ତର-ଦକ୍ଷିଣ ପାଚେରିକୁ ସିଧା ତିଆରି କରନ୍ତୁ। ଏପରି କଲେ ଧନଲାଭ ହୋଇଥାଏ।
୫. ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଶୌଚାଳୟ ନିର୍ମାଣ କରନ୍ତୁ ନାହିଁ। ଏହା ସହିତ ଯଦି ଆପଣ ଋଣ କରିଛନ୍ତି, ତେବେ ଏହାର ପ୍ରଥମ କିସ୍ତି ମଙ୍ଗଳବାର ହିଁ ଦିଅନ୍ତୁ। ଏହି ସବୁ ବାସ୍ତୁ ଉପାୟ ଅବଲମ୍ୱନ କଲେ, ଆପଣ ଋଣଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More