Only for Entertainment

ରୂପି କବଳରୁ ରକ୍ଷା ପାଇବା ପାଇଁ ଖାଆନ୍ତୁ ଏହି ସମସ୍ତ ଖାଦ୍ୟ ।

Your Health Remedy
0 26

ବିଶେଷଜ୍ଞମାନେ କହନ୍ତି ଖାଦ୍ୟ ମଧ୍ୟ ରୁପିକୁ କିଛି ପରିମାଣରେ ପ୍ରଭାବିତ କରିଥାଏ। ସେମାନେ ଏଥିପାଇଁ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି।

ଖାଦ୍ୟରେ ଜିଙ୍କ୍‌ ଖାଆନ୍ତୁ: ମୁଣ୍ଡ ଚର୍ମ ଗ୍ରନ୍ଥିରୁ ସିବମ୍‌ ନିର୍ଗମନ କମ୍‌ ବା ନିୟନ୍ତ୍ରଣ କରିବାକୁ ଜିଙ୍କ୍‌ ଥିବା ଖାଦ୍ୟ ଖାଆନ୍ତୁ। କିନ୍ତୁ, ମନେରଖନ୍ତୁ ଜିଙ୍କ୍‌କୁ ଠିକ୍‌ ରୂପେ ହଜମ କରିବାକୁ ଭିଟାମିନ୍‌ ବି୬ ଆବଶ୍ୟକ। ତେଣୁ ଭୋଜନରେ ଶିମ୍ବ, ବାଦାମ ମଞ୍ଜି ଆଦି ଖାଆନ୍ତୁ।

ଶର୍କରା ନିୟନ୍ତ୍ରଣ କରନ୍ତୁ: ରୁପି ସମସ୍ୟା ଭୋଗୁଥିବା ଲୋକେ ଖାଦ୍ୟରେ ଶର୍କରା ପରିମାଣ ନିୟନ୍ତ୍ରଣ କରିବା ବିଧେୟ। କାରଣ ଶର୍କରା ବା ମିଠା ରୁପି ସମସ୍ୟାକୁ ବଢ଼ାଇ ଦିଏ। କାଣ୍ଡିଡା ନାମକ କବକ ରୁପି ପାଇଁ ଦାୟି କରାଯାଏ। ମିଠା ଖାଇଲେ ଏହି କବକର ଦ୍ରୁତ ବିସ୍ତାର ହୋଇଥାଏ। ଖାଦ୍ୟରେ ଥିବା ରୁପି-ନିରୋଧୀ ଉପାଦାନ ଭିଟାମିନ୍‌ ବି’କୁ ମଧ୍ୟ ମିଠା ଶରୀର ମଧ୍ୟରୁ କାଢ଼ି ଦିଏ।

ଉତ୍ତମ ପାଚନକ୍ରିୟା: ହଜମ ପ୍ରକ୍ରିୟାରେ ବିଭ୍ରାଟ ଥିଲେ ତାହା ରୁପିର କାରଣ ହୋଇଥାଏ। ତେଣୁ, ଖାଦ୍ୟରେ ପିଆଜ ଓ ରସୁଣ ମିଶାନ୍ତୁ। ଏଥିରେ ଆଲିସିନ୍‌ ନାମକ ଉପାଦାନ ବ୍ୟାକ୍ଟେରିଆ ଓ ଫଙ୍ଗସ୍‌ ନିରୋଧକ। ଏହା ରୁପି କରାଇ ଦିଏ ନାହିଁ।

ଖାଦ୍ୟ ବିକୃତି: ରୁପି ହେବାର ସବୁଠୁ ଅଜଣା କାରଣ ହେଲା ଖାଦ୍ୟ ବିକୃତି ବା ଏଲାର୍ଜି। ଏହା ବ୍ୟକ୍ତି ବିଶେଷରେ ପୃଥକ୍‌ ହୋଇଥାଏ। କେଉଁ ଖାଦ୍ୟ ସବୁ ଖାଇଲେ ରୁପି ସମସ୍ୟା ତେଜୁଛି, ସେସବୁ ନ ଖାଇବା ଉଚିତ।

ରୁପି ଦମନ ପାଇଁ କାଞ୍ଜି, ଇଡ୍‌ଲି, ଘର ତିଆରି ଆଚାର, ଧୋକ୍‌ଲା, ଦହି ଆଦି ଆମ୍ବିଳିଆ ଖାଦ୍ୟ ଖାଆନ୍ତୁ। ଭୋଜନରେ ମାଛ, ଅଳସୀ, ଅକ୍ଷୋଟ ଆଦି ସାମିଲ କରନ୍ତୁ। ଓମେଗା ଥ୍ରି ଫ୍ୟାଟି ଏସିଡ୍‌ ମଧ୍ୟ ମୁଣ୍ଡର ଚର୍ମକୁ ଆର୍ଦ୍ର ରଖିଥାଏ। ବାଓଟିନ୍‌ ବା ଭିଟାମିନ୍‌ ବି୭ ଥିବା ଖାଦ୍ୟ, ଯେମିତି ସାଲ୍‌ମନ୍‌ ମାଛ, କନ୍ଦମୂଳ, ଅଣ୍ଡା କେଶର ଏବଂ ଆଲ୍‌ମଣ୍ଡ୍‌ ଆଦି ଖାଇଲେ ରୁପି ଦୂର ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More