Only for Entertainment

କେଶ ଝଡ଼ିବାରୁ ମୁକ୍ତି ପାଇଁ ଫେରିବାକୁ ପଡ଼ିବ ପୁରୁଣା ଦିନକୁ ।

aajtak.intoday.in
44

ବର୍ତ୍ତମାନ ସମୟରେ ପ୍ରାୟତଃ ଅଧିକାଂଶ ଲୋକଙ୍କଠାରେ କେଶ ଝଡିବା ସମସ୍ୟା ଦେଖାଦେଉଛି। ଜୀବନଶୈଳୀର ପରିବର୍ତ୍ତନ ଓ ବଢ଼ୁଥିବା ପ୍ରଦୂଷଣ ଏହାର ମୁଖ୍ୟ କାରଣ ହୋଇଥାଏ। ଏହି ସମସ୍ୟା ପିଲାଙ୍କଠାରେ ମଧ୍ୟ ଦେଖାଦେଇଥାଏ। ଯାହା ଫଳରେ ଉକ୍ତ ସମସ୍ୟା ପାଇଁ ଅନେକ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ଲୋଡିଥିଲେ ମଧ୍ୟ ଏହାର ସୁଫଳ ମିଳିପାରୁ ନାହିଁ। ଆଜିର ଯୁବପିଢ଼ି କେଶର ଆକର୍ଷଣ ବଢ଼ାଇବା ପାଇଁ ଅନେକ ପ୍ରକାର ଜେଲ୍‌ ବ୍ୟବହାର କରିଥାନ୍ତି। ଏହା କେଶର ଆକର୍ଷଣ ତ ବଢ଼ାଇଥାଏ ମାତ୍ର ତାହାକୁ ଉପଯୁକ୍ତ ପୋଷଣ ଯୋଗାଇ ପାରି ନ ଥାଏ। ଏହା ସହ ବାହାରର ପ୍ରଦୂଷଣ ମଧ୍ୟ କେଶକୁ ରୁକ୍ଷ କରିଦେଇଥାଏ। ଯେଉଁଥିପାଇଁ ଅଳ୍ପ ବୟସରୁ କେଶ ଝଡିବା ସହ ଶୀଘ୍ର ଧଳା ହୋଇଯାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ନିମନ୍ତେ ଲଗାତର କେଶରେ ତେଲ ଲଗାଇବା ନିହାତି ଜରୁରୀ। ଏହା ଦ୍ୱାରା କେଶ ମଜଭୁୁତ ହୋଇଥାଏ। ଯେଉଁ ମାନଙ୍କୁ ତେଲ ଲଗାଇବା ପସନ୍ଦ ହୋଇ ନ ଥାଏ ସେମାନେ ଏହାକୁ ଲଗାଇବାର ୧୫ ମିନିଟ ପରେ ମଧ୍ୟ ଧୋଇପାରିବେ। ଏପରି କରିବା ଫଳରେ କେଶ ଝଡିବା କ୍ରମସ ହ୍ରାସ ପାଇଥାଏ।

କେଶରେ ତେଲ ନ ଲଗାଇବା ଫଳରେ ଏହା ପତଳା ହୋଇଯାଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More