Only for Entertainment

ଜାଣନ୍ତୁ କ’ଣ କଲେ ଦୂର ହେବ ଶନି ଦଶା ।

Free Press Journal
24

ଆମର ବିିଭନ୍ନ ସମସ୍ୟା ପାଇଁ ବାସ୍ତୁ ଶାସ୍ତ୍ରକୁ ଆଖି ସାମ୍ନାରେ ରଖି ବିଭିନ୍ନ ପ୍ରତିକାର କରିଥାଉ । ଅଧିକାଂଶ ସମୟରେ ଆପଣ ଶୁଣିଥିବେଯେ କୁହାଯାଏ ଆପଣଙ୍କର ଶନି ଦଶା ପଡ଼ିଛି । ତେଣୁ ବିଭିନ୍ନ ସମସ୍ୟା ହେଉଛି । କିନ୍ତୁ ଆପଣ ଜାଣନ୍ତି କି ଏହି ଶନି ଦଶାରୁ କିଭଳି ମୁକ୍ତି ପାଇହେବ ।ଆସନ୍ତୁ ଆଲୋଚନା କରିବା ।

୧. ଶନିଙ୍କର ମହାଦଶାରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଶନିବାର ମାଛମାନଙ୍କୁ ଅଟାଗୁଳି ଖାଇବାକୁ ଦିଅନ୍ତୁ। 
୨. ପ୍ରତ୍ୟେକ ଶନିବାର ମଇଁଷିଙ୍କୁ ଅଟାରୁ ତିଆରି ରୁଟି ଖାଇବାକୁ ଦିଅନ୍ତୁ। ରୁଟି ଖାଇବାକୁ ଦେବା ପୂର୍ବରୁ ପ୍ରଥମେ ନିଜ ଉପରେ ସାତ ଥର ଘୂରାଇ ଆଣନ୍ତୁ। ଏପରି କଲେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। 
୩. ବୈବାହିକ ଜୀବନରେ ସୁଖଶାନ୍ତି ବଜାୟ ରଖିବା ପାଇଁ ପ୍ରତ୍ୟେକ ଗୁରୁବାର ଅଟାରେ ଡ଼ାଲି, ଗୁଡ଼, ଏବଂ ଗୁଣ୍ଡ ହଳଦୀ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ। 
୪. ଋଣଭାରରୁ ରକ୍ଷା ପାଇବା ପାଇଁ ଅଟାରେ ଚିନିକୁ ଗୁଣ୍ଡ କରି ମିଶାନ୍ତୁ। ଏହି ମିଶ୍ରଣକୁ କଳା ପିମ୍ପୂଡ଼ିକୁ ଖାଇବାକୁ ଦିଅନ୍ତୁ।

୫. ପରିବାରରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ଅଟାରେ ୧୧ଟି ଶିବ ଲିଙ୍ଗ ପ୍ରସ୍ତୁତ କରନ୍ତୁ ଏବଂ ପ୍ରତ୍ୟେକ ସୋମବାର ଏହି ଶିବଲିଙ୍ଗଙ୍କୁ ପୂଜା କରନ୍ତୁ। ପୂଜା କରି ସାରିବା ପରେ ଲିଙ୍ଗ ସବୁକୁ ପାଣିରେ ଭସାଇ ଦିଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More