Only for Entertainment

ଏହିଭଳି ଦୂର କରନ୍ତୁ ଆଖି ତଳ କଳା ଦାଗ ।

shutterstock.com
0 40

ଶରୀରରେ ଭିଟାମିନ୍‌ ବା ଅନ୍ୟ ପୋଷକ ତତ୍ତ୍ୱ କମ୍‌ ହେଲେ, ନିଦ ଠିକ୍‌ ଭାବେ ନ ହେଲେ, ଟେନ୍‌ସନରେ ରହିଲେ କିମ୍ବା ଆନୁବଂଶିକ କାରଣରୁ ବି ଆଖି ତଳ କଳା ପଡ଼ିଥାଏ। ତେବେ କିଛି ଘରୋଇ ଟିପ୍ସ ଆପଣାଇଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ…

୫୦ ଗ୍ରାମ୍‌ ତୁଳସୀପତ୍ର, ନିମ୍ବପତ୍ର ଏବଂ ପୋଦିନାପତ୍ରରେ ସାମାନ୍ୟ ଗୋଲାପଜଳ ମିଶାଇ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ। ଏହି ମିଶ୍ରଣରେ ସାମାନ୍ୟ ହଳଦୀଗୁଣ୍ଡ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଆଖି ତଳେ ଲଗାନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ। କିଛିଦିନ ଏପରି କଲେ ଦେଖିବେ କଳାଦାଗ ଦୂରହୋଇଯାଉଛି।

ରାତିରେ ଶୋଇବା ପୂର୍ବରୁ ଅଧା ଚାମଚ ବାଦାମତେଲ ଏବଂ ଦୁଇ ବୁନ୍ଦା ମହୁର ମିଶ୍ରଣକୁ ଆଖି ତଳେ ଲଗାଇ କିଛି ସମୟ ପରେ ଧୋଇଦିଅନ୍ତୁ। ଏହି ମିଶ୍ରଣକୁ ଆଙ୍ଗୁଳି ଦ୍ୱାରା ଆଖିର ଚାରିପାଖେ ମାଲିସ କରନ୍ତୁ।

ଆଖି ତଳ କଳାଦାଗ ଦୂରକରିବା ପାଇଁ କୁକୁମ୍ବର ବା କାକୁଡ଼ି ଥେରାପି ବେଶ୍‌ ଉପଯୋଗୀ। କାକୁଡ଼ି କାଟି ଆଖି ଉପରେ ରଖନ୍ତୁ। ଏହା ଆଖିକୁ ଥଣ୍ଡା ରଖିବା ସହ ଆପଣଙ୍କୁ ଆରାମ ପ୍ରଦାନ କରିବ ଏବଂ କଳାଦାଗ ମଧ୍ୟ ଦୂରହୋଇଯିବ।

ବ୍ୟବହାର କରିସାରିଥିବା ଟି ବ୍ୟାଗ୍‌କୁ ଆଖି ତଳେ ରଖନ୍ତୁୁ। ଏଥିରେ ଥିବା ତତ୍ତ୍ୱ ଟ୍ୟାନିଂ, ଆଖି ଫୁଲିବା ଏବଂ ଆଖି ତଳର କଳାଦାଗ ଦୂରକରିଥାଏ।

ଦିନସାରା ବ୍ୟସ୍ତତା ଭିତରେ ରହି ଆଖିକୁ ରେଷ୍ଟ ନ ମିଳିବା ଦ୍ୱାରା ମଧ୍ୟ ଆଖି ତଳ କଳା ପଡ଼ିଥାଏ। ଏଥିପାଇଁ ଭରପୂର ନିଦ ଜରୁରୀ।

ଆପଣଙ୍କ ଖାଦ୍ୟତାଲିକାରେ କ୍ଷୀର, ଦହି, ଡାଲି, ସବୁଜ ପନିପରିବା ଆଦି ଅନ୍ତର୍ଭୁକ୍ତ କରନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More