Only for Entertainment

ସୂତା କପଡ଼ାରେ ପ୍ରସ୍ତୁତ ବସ୍ତ୍ର କିଣିବା ସମୟରେ ଦ୍ୱନ୍ଦରେ ପଡ଼ୁଛନ୍ତି କି,ଜାଣନ୍ତୁ କିପରି ଜାଣିବେ ଏହା ସୂତାରେ ପ୍ରସ୍ତୁତ ।

anveralikhanbhai.co.ke
0 28

ଆପଣ ଯେତେବେଳେ ବଜାରକୁ ପୋଷାକ କିଣିବାକୁ ଯାଆନ୍ତି ସେତେବେଳେ ସୂତାର କପଡା କିଣିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସମସ୍ତେ ପ୍ରାୟ କପଡାକୁ ଛୁଇଁ ଠିକ ରୂପେ ଜାଣି ପାରିନଥାନ୍ତି। ଏହାଦ୍ୱାରା ବେଳେବେଳେ ଦୋକାନୀର କଥା ମାନି ଧୋକା ମଧ୍ୟ ଖାଇ ଯାଆନ୍ତି। ଆସନ୍ତୁ ଜାଣିବା ସୂତା କପଡା ଚିହ୍ନିବାର ସଠିକ ଉପାୟ ବିଷୟରେ ..ଯେବେ ବି ସୂତାର କପଡା କିଣୁଛନ୍ତି ସେହି ସମୟରେ ଏକ ବିଶେଷ ଉପାୟ ଉପରେ ଧ୍ୟାନ ଦିଅନ୍ତୁ। ସୂତା କପଡା କିଣିବା ପୂର୍ବରୁ କପଡାର ଶେଷ କୋଣକୁ ଧରି ଅଳ୍ପ କାଟି ହାଲୁକା ଭାବେ ଟାଣନ୍ତୁ। ଏହା ଯଦି ଆରାମରେ ଫାଟି ଯାଏ ତେବେ ସେହି କପଡାରେ କୌଣସି ବସ୍ତୁ ମିଶି ନାହିଁ। ସେହି କପଡା ସମ୍ପୁର୍ଣ୍ଣ ରୂପେ ସୂତା ଅଟେ।ଅଳ୍ପ କଟା ଯାଇଥିବା କପଡାକୁ ଜଳାନ୍ତୁ। ଯଦି କପଡାଟି ଶୀଘ୍ର ଜଳିଯିବ ତେବେ ତାହା ଅସଲି ସୂତା କପଡା ଅଟେ। କପଡା ଜଳାଉଥିବା ସମୟରେ ଯଦି ସେଥିରେ ଗଣ୍ଠି ପରି କିଛି ହୋଇଯାଏ ତେବେ ସେଥିରେ ତାହା ମିଶ୍ରିତ ସୂତା କପଡା ଅଟେ।ସୂତା କପଡା ଜଳାଇଲେ ତାହା ତୁରନ୍ତ ପାଉଁଶ ପରି ହୋଇଯାଏ। କିନ୍ତୁ ଯଦି କପଡାଟି ଗଣ୍ଠି ପରି ହୋଇଯାଏ ତେବେ ତାହା ସଠିକ ସୂତା କପଡା ନୁହେଁ। ଆପଣ କପଡା ସୂତା କି ନାହିଁ ଜାଣିବା ପାଇଁ ଲ୍ୟାବରେ ମଧ୍ୟ ପରୀକ୍ଷା କରି ପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More