Only for Entertainment

ରୋଷେଇ ଘରେ ଚମତ୍କାର ଦେଖାଇବ ଲେମ୍ବୁ

dulux
69

ବାସନକୁସନକୁ ସଫା କରିବା ପାଇଁ ଆପଣ ସାବୁନ ବ୍ୟବହାର କରନ୍ତି, କିନ୍ତୁ ବେଳେ ବେଳେ କଳା ଦାଗ ଭଲ ଭାବରେ ଛାଡ଼େ ନାହିଁ । କିନ୍ତୁ ବାସନକୁ ପୂର୍ବ ଭଳି ଚମକାଇବା ପାଇଁ ଆପଣ କିଛି ଉପାୟ କରିପାରିବେ । ଆସନ୍ତୁ ଆଲୋଚନା କରିବା ।

ଆଲୁମିନିୟମ୍‌ ବାସନକୁ ସଫା କରିବାକୁ ହେଲେ ସେଥିରେ ପିଆଜ ପକାଇ ଓ ପାଣି ପକାଇ ଭଲଭାବେ ଫୁଟାଇ ଦିଅନ୍ତୁ। ପୁଣି ବାସନ ମଜା ସାବୁନ୍‌ରେ ପୁଣି ସଫା କରନ୍ତୁ।
ଲେମ୍ବୁ ପ୍ଲାଷ୍ଟିକ୍‌ କଣ୍ଟେନରକୁ ଭଲଭାବେ ସଫା କରିବାରେ କାମ ଦେଇଥାଏ। ଏଥିରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିବାକୁ ହେଲେ ଫ୍ରେଶ୍‌ ଲେମ୍ବୁ ବ୍ୟବହାର କରନ୍ତୁ। ଲେମ୍ବୁ ଚୋପା ସାହାଯ୍ୟରେ କଣ୍ଟେନରକୁ ଭଲଭାବେ ସଫା କରନ୍ତୁ। ଏହାଦ୍ୱାରା ଦାଗ ହାଲ୍‌କା ଓ ଧୀରେ ଧୀରେ ଛାଡ଼ିବ।
ବେକିଂ ସୋଡ଼ା ବାସନରେ ୧୦-୧୫ମିନିଟ୍‌ ଭିଜାଇ ରଖି ଦିଅନ୍ତୁ। ପୁଣି ସୋଡ଼ାକୁ ଗୋଲଗୋଲ ଆକାରରେ ରଗଡ଼ନ୍ତୁ। ଏହାଦ୍ୱାରା ଏକଦମ୍‌ ସଫା ହୋଇଯିବ ବାସନ।
ବାସନରେ ଦାଗ ଥିଲେ ତାକୁ ସଫା କରିବାକୁ ଆପଣ ଦହିର ପ୍ରୟୋଗ କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More