Only for Entertainment

ଘରେ ସରଳ ଉପାୟରେ ପ୍ରସ୍ତୁତ କରନ୍ତୁ ଗାଜର ମୁରବା

ytimg.com
0 52

ଶୀତ ଋତୁ କାରଣରୁ ସବୁ ପରିବା ବଜାରରେ ମିଳିଥାଏ । ଏବଂ ଏହି ଋତୁରେ ଗାଜର ପ୍ରଚୁର ପରିମାଣରେ ମିଳିଥାଏ । ଗାଜରକୁ ନେଇ ଆପଣ ସବ୍ଚି କିମ୍ବା ହାଲୁଆ ପ୍ରସ୍ତୁତ କରୁଛନ୍ତି । ମାତ୍ର ଗାଜରକୁ ନେଇ ଆପଣ ମୁରବା ମଧ୍ୟ ପ୍ରସ୍ତୁତ କରିପାରନ୍ତି । ଗାଜରର ମୁରବା ଅତ୍ୟନ୍ତ ସୁଆଦିଆ ଲାଗେ । ଏହାର ପ୍ରସ୍ତୁତି ଅତ୍ୟନ୍ତ ସରଳ, ଆସନ୍ତୁ ଜାଣିବା ଏହାର ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ:
ଗାଜର – ୧ କିଲୋ
ଚିନି – ଅଧା କିଲୋ
କେସର – ୩୦ – ୪୦ଖଣ୍ଡ
ଲେମ୍ବୁ – ୨

ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଗାଜରକୁ କୋରି ଚୋପା ଛଡାଇ ଛୋଟ ଛୋଟ ଖଣ୍ଡ କାଟି ଦିଅନ୍ତୁ । ଏକ ପାତ୍ରରେ ପାଣି ଗରମ କରନ୍ତୁ ଏବଂ ଏଥିରେ ଗାଜରକୁ ସିଝାନ୍ତୁ । ଗାଜର ନରମ ହୋଇଗଲା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ପାଣି ବାହାର କରିଦିଅନ୍ତୁ । ଏହାପର ଗାଜରକୁ ସୁଖିବା ପାଇଁ ରଖିଦିଅନ୍ତୁ ।
ବର୍ତ୍ତମାନ ଗାଜରକୁ କଢେଇରେ ପକାଇ ଏଥିରେ ଚିନି ପକାନ୍ତୁ । ଏହାକୁ ପାଖାପାଖି ସାତ ଆଠ ଘଂଟା ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ ।
ଏବେ ଏହାକୁ ଗ୍ୟାସରେ ଉପରେ ରଖି ଚିନି ଶୀରାକୁ ଗାଢ ହେବାକୁ ଦିଅନ୍ତୁ । ଗାଢ ହେବା ପରେ ବନ୍ଦ କରିଦିଅନ୍ତୁ । ଥଣ୍ଡା ହେବା ପରେ ଏଥିରେ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଗାଜର ମୁରବା ପ୍ରସ୍ତୁତ ହୋଇଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More