Only for Entertainment

ଆଣ୍ଠୁଗଣ୍ଠି ଦରଜ ଭୋଗୁଥିବା ରୋଗୀ ନିହାତି ପିଅନ୍ତୁ ଅମୃତଭଣ୍ଡା ଚା ।

jansatta
38

ଆପଣ ଜୀବନରେ ବିଭିନ୍ନ ପ୍ରକାରର ଚା ପ୍ରସ୍ତୁତ କରି ପିଇଥିବେ । କିନ୍ତୁ କ’ଣ କେବେ ଅମୃତଭଣ୍ଡାରେ ଚା ପ୍ରସ୍ତୁତ କରି ପିଇଛନ୍ତି? ଆଜ୍ଞା ହଁ ଏହା ଶରୀର ପାଇଁ ବେଶ ଲାଭଦାୟକ । ଖାସ କରି ଆଣଣ୍ଠୁ ଗଣ୍ଠିଂ ଦରଜ ହେଉଥିବା ରୋଗୀ ଏହାକୁ ନିହାତି ପିଇବା ଉଚିତ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ଏହା ସହିତ ଏହା ଖୁବଶୀଘ୍ର ଖାଦ୍ୟ ହଜମ ମଧ୍ୟ କରିବାରେ ସହାୟକ ହୋଇଥାଏ ।

ଆସନ୍ତୁ ଜାଣିବା ଅମୃତଭଣ୍ଡା ଚା’ର ପ୍ରସ୍ତୁତି ପ୍ରଣାଳୀ:
ଆବଶ୍ୟକୀୟ ସାମାଗ୍ରୀ:
୫୦ ମିଲି ଜଳ, ୧୮୦ ଗ୍ରାମ କଂଚା କଟା ହୋଇଥିବା ଅମୃତଭଣ୍ଡା, ୨ଟି ବ୍ୟାଗ ଗ୍ରୀନ ଟି ବା ୧ ଚାମଚ ଗ୍ରୀନ ଟି ।
ଏହି ଚା ପ୍ରସ୍ତୁତ ପାଇଁ ପ୍ରଥମେ ଏକ ପାତ୍ରରେ ଜଳ ନିଅନ୍ତୁ । ସେଥିରେ ଅମୃତଭଣ୍ଡା ଢାଳନ୍ତୁ । ଏବେ ଏହାକୁ ଗରମ କରିବା ପାଇଁ ଆଂଚରେ ରଖନ୍ତୁ । ପାଣି ଫୁଟିବା ପରେ ଆଂଚ ବନ୍ଦ କରି ଦିଅନ୍ତୁ । ଏବେ ଏହାକୁ ୧୦ ମିନିଟ ପାଇଁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ଏହାକୁ ଛାଣି ଅମୃତଭଣ୍ଡାକୁ ଅଲଗା କରିଦିଅନ୍ତୁ । ଏବେ ସେହି ଜଳରେ ଗ୍ରୀନ ଟି ବ୍ୟାଗ ବା ଗ୍ରୀନ ଟି ପକାଇ ୩ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏବେ ଏହାକୁ ପିଅନ୍ତୁ ।

ଅମୃତଭଣ୍ଡା ୟୁରିକ ଏସିଡକୁ ନିୟନ୍ତ୍ରଣ କରିଥାଏ । ଏହା ବ୍ୟତୀତ ଶରୀରରେ କୌଣସି ପ୍ରକାରର ଦରଜ ଦୂର କରିବା ପାଇଁ ଏହାକୁ ପିଇବା ଭଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More