Only for Entertainment

ଶାରୀରିକ ସମ୍ପର୍କ ନୁହେଁ ବରଂ ମନର ମିଳନରେ ପ୍ରେମ ହୁଏ ପରିପୂର୍ଣ୍ଣ, ଜାଣନ୍ତୁ ।

The Unbounded Spirit
0 82

ପ୍ରେମ କେବଳ ଶାରୀରିକ ସୁଖ ନୁହେଁ । ଶାରୀରିକ ସୁଖରେ ପ୍ରେମର ପରିସୀମା ସୀମିତ ହୋଇ ନଥାଏ । ପ୍ରେମ ଦୁଇଟି ହୃଦୟର ମିଳନ । ଦୁଇ ମନ ମିଳନ ହେଲେ ପ୍ରେମ ସମ୍ଭବ । ଏହା ଚିରନ୍ତନ ଏବଂ ଶାଶ୍ୱତ । ପ୍ରେମ ସମ୍ପର୍କକୁ ଆହୁରି ଉତ୍ତମ କରିବାକୁ ହେଲେ ଅନେକ କିଛି ଉପାୟ ରହିଛି । ଏସମ୍ପର୍କରେ ପ୍ରେମୀ ଯୁଗଳ ଜାଣିବା ନିହାତି ଜରୁରୀ । ଏହି ଟିପ୍ସ ଜାଣିଲେ ଆପଣଙ୍କ ପ୍ରେମ ସମ୍ପର୍କ ସଫଳତା ହାସଲ କରିବା ସହ ସୁଖମୟ ମଧ୍ୟ ହେବ ।

 

ସଙ୍ଗୀତ

ଜୀବନରେ ସଙ୍ଗୀତର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ। କହିବାକୁ ଗଲେ ସଙ୍ଗୀତ ବିନା ଜୀବନ ଅଧୁରା। ଜୀବନକୁ ସଙ୍ଗୀତ ମଧୁର କରିଥାଏ। ଶରୀର ମଧ୍ୟକୁ ଏହା ଏକ ଶକ୍ତି ଦେଇଥାଏ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି। ତେଣୁ ସବୁବେଳେ ମଧୁର ସଙ୍ଗୀତ ଶୁଣନ୍ତୁ। ଏମିତି କଲେ ଜୀବନ ପ୍ରେମମୟ ହେବ। ଜୀବନରୁ ସବୁ ଦୁଃଖ ଦୂର ହୋଇଯିବ।

ରୋମାଣ୍ଟିକ ଡିନର

ଜୀବନକୁ ମଧୁମୟ କରିବାରେ କ୍ୟାଣ୍ଡେଲ ଲାଇଟ୍‌ ଡିନର ବଡ଼ ଭୂମିକା ରହିଛି। ତେଣୁ ଏହାକୁ କୌଣସି ପ୍ରେମୀ ଯୁଗଳ ହାତ ଛଡ଼ା କରିବାକୁ ଚାହାଁନ୍ତି ନାହିଁ। ରୋଷିଥିବା ଜୀବନସାଥୀଙ୍କ ପାଇଁ ରେସ୍ତୋରେଣ୍ଟର କର୍ଣ୍ଣର ଟେବୁଲ୍‌କୁ ବୁକିଂ କରିଥାଆନ୍ତି। ସମୟ ପାଇଲେ ସାଥୀଙ୍କୁ ନେଇ କ୍ୟାଣ୍ଡଲ ଲାଇଟ୍‌ ଡିନର କରିଥାଆନ୍ତି। ଏହା କଲେ ପ୍ରେମ ସମ୍ପର୍କ ମଧୁମୟ ହୋଇଥାଏ।

ଜହ୍ନ ରାତି

ଜହ୍ନ ରାତିରେ ସମୟ ଅତିବାହିତ କରନ୍ତୁ। ପରସ୍ପରର ହାତ ଧରି ଚାଲନ୍ତୁ । ଯଦି ଫାଙ୍କା ଓ ନିରାପଦ ସ୍ଥାନ ପାଉଛନ୍ତି, ତା’ହାହେଲେ ଉଭୟ ବସି ଧ୍ୟାନ କରନ୍ତୁ। ଏହାକୁ ଆପଣଙ୍କ ଜୀବନଙ୍କୁ ରଙ୍ଗିନ ଓ ସୁଖମୟ କରିଥାଏ। ତେବେ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବେ।

 

ବଣଭୋଜି

ଜୀବନ ସାଥୀ ଗୃହିଣୀ ବା ଚାକିରି ଥାଆନ୍ତୁ। ସେମାନେ ସବୁବେଳେ ସାଥୀଙ୍କ ସହିତ ଜୀବନ ଅତିବାହିତ କରିବାକୁ ଚାହୁଁଥିବେ। ମାତ୍ର କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେହି ସୁଯୋଗ ମିଳେନି। ତେଣୁ ପିକ୍‌ନିକ (ବଣଭୋଜି) କରିବାକୁ ଯାହାଆନ୍ତୁ। ଚେଷ୍ଟା କରନ୍ତୁ ଏକୁଟିଆ ସମୟ ବିତାଇବାକୁ।

ଲଙ୍ଗ ଡ୍ରାଇଭ୍‌

ସହରୀ ଜୀବନରେ ସାଥୀଙ୍କ ସହିତ ଆପଣ ଲଙ୍ଗ ଡ୍ରାଇଭ୍‌ (ଲମ୍ୱା ଯାତ୍ରା)ରେ ଯାଇଛନ୍ତି। ଏହାକୁ ଜାରି ରଖନ୍ତୁ। ଏହାଦ୍ୱାରା ଆପଣ ଓ ଆପଣଙ୍କ ଜୀବନ ସାଥୀଙ୍କ ମଧ୍ୟରେ ଥିବା ଦୂରତା ଦୂର ହେବ। ସମ୍ପର୍କ ମଧୁମୟ ହେବ।

ପ୍ରେମ ଚିଠି

ବର୍ତ୍ତମାନ ସୋସିଆଲ୍‌ ମିଡ଼ିଆ ବହୁ ଆଗକୁ ଗଲାଣି। ଜନ୍ମ ଦିନ ବା ବିବାହ ବାର୍ଷିକ ଅଭିନନ୍ଦନ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଦେଉଛନ୍ତି। କିନ୍ତୁ ପ୍ରକୃତ ପ୍ରେମ ଚିଠିରେ ଥାଏ। ତେଣୁ ସେହି ଚିଠି ମନେ ପକାନ୍ତୁ। ଯେଉଁ ଚିଠି ଆପଣ କେବେନା କେବେ ଆପଣଙ୍କ ପ୍ରେମିକା ଦେଇଥିବେ। ସୋସିଆଲ୍‌ ମିଡ଼ିଆ ଜାମାନାରେ ଚିଠି ଲେଖିବେ ଆପଣଙ୍କ ପ୍ରେମର ସମ୍ପର୍କ ସୁଦୃଢ଼ ହେବ।

ବସ୍‌ରେ ଯାତ୍ରା

ବସ୍‌ରେ ଯାତ୍ରା କରିବା କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଏହା ସତ କଥା। ଯଞ୍ଜାଳମୟ ଜୀବନରୁ ଫୁରସତ ପାଇଲେ ବସ୍‌ରେ ଯାତ୍ରା କରନ୍ତୁ। ଚେଷ୍ଟା କରନ୍ତୁ ସାଥୀରେ ବସିବା ପାଇଁ। ବସ୍‌ ସିଟ୍‌ରେ ବସିବା ବେଳେ ପରସ୍ପର ହାତ ଧରି ବସନ୍ତୁ। ଏହାଦ୍ୱାରା ସମ୍ପର୍କ ସୁଦୃଢ଼ ହୋଇଥାଏ।

ଆପଣଙ୍କ ପାଖରେ ଡିଭିଡି ପ୍ଲେୟର ଅଛି। ଇଣ୍ଟରନେଟ୍‌ ରହିଛି। ତାହାହେଲେ ମନ ପସନ୍ଦର ଫିଲ୍ମ ଏକାଠି ବସି ଦେଖନ୍ତୁ। ଚାହିଁଲେ ପପ୍‌କନ୍‌ ଓ ଅନ୍ୟାନ୍ୟ ଜୀନିଷ ପ୍ରସ୍ତୁତ କରି ଖାଆନ୍ତୁ। ଏହା ଦ୍ୱାରା ସମ୍ପର୍କ ବଢ଼ିଥାଏ। ସମ୍ପର୍କରେ ଭଟ୍ଟା ଥିଲେ ଦୂର ହୋଇଥାଏ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More