Only for Entertainment

କଳା ଓଠକୁ ଗୋଲପୀ କରେ ନଡ଼ିଆ ତେଲ ।

278

ଗୋଲାପି ଓଠ କାହାକୁ ପସନ୍ଦ ନୁହେଁ, ସମସ୍ତେ ଚାହାଁନ୍ତି ସେମାନଙ୍କ ଓଠ ଗୋଲାପି ଏବଂ ସୁନ୍ଦର ହେଉ । ତେଣୁ ବିଭିନ୍ନ ଉପାୟ କରନ୍ତି । କିନ୍ତୁ ବେଳେ ବେଳେ ଠିକ ଉପାୟରୁ ସମସ୍ତେ ଅଜଣା ଥାଆନ୍ତି । ଯଦି ଆପଣଙ୍କ ଓଠ ମଧ୍ୟ କଳା ପଡିଯାଇଛି ତେବେ ଚିନ୍ତା କରିବାର କିଛି ନାହିଁ। ଘରୋଇ ଉପଚାର ମାଧ୍ୟମରେ ଆପଣ ଓଠର ପ୍ରାକୃତିକ ଚମକ ଫେରାଇ ଆଣିପାରିବେ।

ନଡିଆ ତେଲ

ଶୋଇବା ପୂର୍ବରୁ ବୁନ୍ଦେ ନଡିଆ ତେଳ ଆଣି ଓଠରେ ଲଗାନ୍ତୁ। କିଛି ଦିନ ଏମିତି କରିବା ଦ୍ୱାରା ଦେଖିବେ ଆପଣଙ୍କ ଓଠର ରଙ୍ଗ  ଗୋଲାପି ହୋଇଯିବ।

ଲେମ୍ବୁ ରସ

ଓଠରେ ଲେମ୍ବୁ ରସ ଲଗାନ୍ତୁ। ପ୍ରତି ଦିନ ଲେମ୍ବୁ ରସ ଲଗାଇବା ଦ୍ୱାରା ପିଗ୍‌ମେଟେସନ୍‌ ପାଇଁ କଳା ପଡିଯାଇଥିବା ଓଠ ଗୋଲାପି ହେବା ଆରମ୍ଭ କରିବ।

ବିଟ୍‌ ରସ

ଓଠର ରଙ୍ଗ ଗୋଲାପି କରିବାରେ ବିଟ୍‌ ରସ ମଧ୍ୟ ବେଶ୍‌ ଉପକାରୀ। ପ୍ରତିଦିନ ବିଟ୍‌ ରସ ଲଗାଇବା ଦ୍ୱାରା ଓଠର ଚମକ ଫେରିଆସେ।

କାକୁଡି ରସ

ନଡିଆ ତେଲ, ଲେମ୍ବୁ ରସ ସହ କାକୁଡି ରସକୁ ମିଶାଇ ଓଠରେ ଲଗାନ୍ତୁ । ଦେଖିବେ ଓଠର ରଙ୍ଗ ଗୋଲାପି ହେବ।

ହଳଦି ଗୁଣ୍ଡ

ହଲଦି ଗୁଣ୍ଡ କେବେ ଓଠରେ ଲଗାଇବା କଥା ଆପଣ ଭାବିଛନ୍ତି । ଏହା ଓଠର କଳାଅଂଶକୁ ଦୂର କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More