Only for Entertainment

କେମିତି ପ୍ରସ୍ତୁତ କରିବେ ପନିର ଦହି ବରା

Zayka Recipe
0 60

ଆବଶ୍ୟକ ସାମଗ୍ରୀ-

ପନିର- ୨୦୦ ଗ୍ରାମ, ସିଝା ଆଳୁ- ୨ଟି, ଆରାରୁଟ ପାଉଡର- ୨ଚାମଚ, କଟା ଆମ୍ବକସିଆ ଅଦା, କଟା କଂଚା ଲଙ୍କା, ଦହି- ୩ ରୁ ୪ କପ, ପୁଦିନା ଚଟଣି- ୧ କପ, ଟମାଟୋ ସସ- ୧ କପ, ଲଙ୍କା ଗୂୁଣ୍ଡ- ୧ ଚାମଚ, ଭୃସଙ୍ଗ ପତ୍ର, ସୋରିଷ, ଭଜା ଜିରା- ୨ ରୁ ୩ ଚାମଚ, ବିଟ ଲୁଣ, ରିଫାଇନ ତେଲ, ଲୁଣ ସ୍ୱାଦ ଅନୁଯାୟୀ ।

ପ୍ରସ୍ତୁତ ପ୍ରଣାଳୀ-

ଏକ ପାତ୍ରରେ ପନିରକୁ ଗୁଣ୍ଡ କରିଦିଅନ୍ତୁ ଓ ସେଥିରେ ଆଳୁ, ଆରାରୁଟ ପାଉଡର, ଆମ୍ବକଲିା ଅଦା, ସ୍ୱାଦ ଅନୁଯାୟୀ ଲୁଣ ଓ କଂଚା ଲଙ୍କା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । କଢେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହୋିଗଲା ପରେ ପ୍ରସ୍ତୁତ ମିଶ୍ରଣକୁ ଗୋଲ କରି ଟିକେ ହାତରେ ଚେପଟା କରି ଛାଣନ୍ତୁ । ଏହି ବରା ସାମନ୍ୟ ବାଦାମୀ ରଙ୍ଗର ହୋଇଗଲେ ପ୍ଲେଟକୁ ବାହାର କରି ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ଦହି ଢାଳନ୍ତୁ । ଏଥର ଏକ ପ୍ୟାନରେ ରିଫାଇନ ତେଲ ଗରମ କରି ସେଥିରେ ସୋରିଷ, କଂଚା ଲଙ୍କା ଓ ଭୃସଙ୍ଗ ପତ୍ର ପକାଇ ତଡକା ପ୍ରସ୍ତୁତ କରନ୍ତୁ । ତଡକା ଥଣ୍ଡା ହେବା ପରେ ଦହିରେ ଢାଳି ଦିଅନ୍ତୁ । ଏବେ ବରା ଉପରେ ଛୁଙ୍କ ହୋଇଥିବା ଦହି, ବିଟଲୁଣ, ଭଜା ଜିରା, ଟମାଟୋ ସସ, ପୁଦିନା ଚଟଣୀ ଓ ଲଙ୍କାଗୁଣ୍ଡ ପକାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ପନିର ଦହିବରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More