Only for Entertainment

କେଶ ଫାଟୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

Phillip Adam
21

ଆଜିକାଲି କେଶ ଝଡିବା ଏବଂ ଫାଟିବା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏଥିପାଇଁ ଆମେ ବିଭିନ୍ନ ସାମଗ୍ରୀର ବ୍ୟବହାର କରିଥାଉ । ଏହା ପରେ ବି ଏହି ସମସ୍ୟା ଦୂର ହୋଇନଥାଏ । ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଉପାୟ ଦ୍ୱାରା ଆମେ କେଶ ଫାଟିବା ସମସ୍ୟାକୁ ଏଡାଇ ପାରିବା ।

  • ଅଲିଭ ତେଲ-
    ଉଷୁମ ଅଲିଭ ତେଲ କେଶରେ ଲଗାଇ ତଉଲିଆରେ ଘଣ୍ଟାଏ ପର୍ଯ୍ୟନ୍ତ ବାନ୍ଧି ରଖନ୍ତୁ । ପରେ ସାମ୍ପୁରେ କେଶ ଧୁଅନ୍ତୁ । ଏହା ଦ୍ୱାରା କେଶ ଅଗ ଫାଟିବା ଦୂର ହୋବା ସହିତ କେଶ ନରମ ହୋଇଥାଏ ।
  • ଅଣ୍ଡା କେଶର-
    ଗୋଟିଏ ଅଣ୍ଡା କେଶରକୁ ଦୁଇ ଚାମଚ ଅଲିଭ ତେଳରେ ଫେଣ୍ଟି କେଶ ଅଗରେ ଘଷନ୍ତୁ । ଘଣ୍ଟାଏ ପରେ ସାମ୍ପୁରେ ଧୋଇ ଦିଅନ୍ତୁ । ଏକ ମାସ ପର୍ଯ୍ୟନ୍ତ ନିୟମିତ ଏପରି କଲେ କେଶ ଫାଟିବା ବନ୍ଦ ହୁଏ ।
  • ଘିକୁଆଁରୀ ରସ-
    ସପ୍ତାହରେ ଦୁଇ ଥର ଘିକୁଆଁରୀ ରସ କେଶରେ ଘଷି ଘଣ୍ଟାଏ ପରେ ଉଷୁମ ଜଳରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା କେଶ ରୁକ୍ଷତା ଓ ରୁପି ସମସ୍ୟା ଦୂର ହେବା ସହ କେଶ ଫାଟିବା ସମସ୍ୟା ରହେ ନାହିଁ ।
  • ପୋଷକଯୁକ୍ତ ଖାଦ୍ୟ-
    ବିଟା କାରୋଟିନ, ପୁଷ୍ଟିସାର, ଓମେଗା ୩ ଫ୍ୟାଟି, ଜିଙ୍କ, ଲୌହସାର ଯୁକ୍ତ ଖାଦ୍ୟ ଖାଆନ୍ତୁ । ଦୈନିକ ଅତି କମରେ ଆଠ-ଦଶ ଗ୍ଲାସ ପାଣି ପିଅନ୍ତୁ । ଅତ୍ୟଧିକ ଉତ୍ତାପଠାରୁ ନିଜକୁ ଦୂରେଇ ରଖନ୍ତୁ । କେଶ ଓଦା ଥିବା ବେଳେ ପାନିଆ ବ୍ୟବହାର କରନ୍ତୁ ନାହିଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More