Only for Entertainment

ହେୟାର ଡାଇର ରଙ୍ଗ ଛଡ଼ାଇବା ପାଇଁ କରନ୍ତୁ ଏହି ଉପାୟ

29

ଆପଣ ଯେତେ ସାବଧାନରେ ହେୟାର୍‌ କଲର୍‌ ବା ହେୟାର୍‌ ଡାଇ ଲଗାନ୍ତୁ ପଛେ, ଆପଣଙ୍କ ହାତ ବା ତ୍ୱଚାରେ ଏହା ପଡ଼ିଯାଇଥାଏ। ଆଉ ସେଠାରେ ହେୟାର୍‌ ଡାଇର ଦାଗ ମଧ୍ୟ ରହିଯାଇଥାଏ। ଏହି ରଙ୍ଗ ଲାଗିଲେ ସହଜରେ ଛାଡ଼ି ନଥାଏ। କେଶ ଧୋଇ ସାରିଲା ପରେ ମଧ୍ୟ ଏହି ରଙ୍ଗ  ଲାଗି ରହିଥାଏ।

ତାହାଲେ ଏବେ ଆପଣ ଏହି ବିଷୟକୁ ନେଇ ଏତେ ଚିନ୍ତା କରନ୍ତୁ ନାହିଁ। କାରଣ ଆମେ ଆପଣଙ୍କୁ ଏହି ରଙ୍ଗ କିପରି ଛଡ଼ାଇବେ ସେ ବିଷୟରେ କହିବାକୁ ଯାଉଛୁ। ଏମିତି କିଛି ଉପାୟ ଅଛି ଯାହାକୁ ବ୍ୟବହାର କରି ଆପଣ ଅତି ସହଜରେ ତ୍ୱଚାରେ ଲାଗିଥିବା ହେୟାର୍‌ କଲର୍‌ ଛଡ଼ାଇ ପାରିବେ।

ଆପଣ ନେଲ୍‌ପଲିସ୍‌କୁ କେବଳ ରିମୁଭର୍‌ରେ ଛଡ଼ାଇ ହୁଏ ବୋଲି ଜାଣିଥିବେ। କିନ୍ତୁ ଏଠାରେ ଆପଣ ତ୍ୱଚାରେ ଲାଗିଥିବା ହେୟାର ଡାଇକୁ ମଧ୍ୟ ରିମୁଭର୍‌ରେ ଛଡ଼ାଇ ପାରିବେ। ରିମୁଭର୍‌ ଲଗାଇଲେ ତ୍ୱଚାକୁ ଏହା ଭଲ ଲାଗି ନ ପାରେ। କିନ୍ତୁ ଏଥିରେ ଆପଣ ହେୟାର୍‌ ଡାଇ ଛଡ଼ାଇଲେ ତାହା ଅତି ସହଜରେ ଛାଡ଼ିଯିବ।
ଏଠାରେ ମନେରଖନ୍ତୁ ଯଦି ଆପଣଙ୍କ ତ୍ୱଚାରେ ରିମୁଭର୍‌ ଲଗାଇଲେ ଆଲର୍ଜି ହେଉଛି ତାହାଲେ ଆପଣ ଏହାକୁ ଲଗାନ୍ତୁ ନାହିଁ।

ହେୟାର୍‌ ଡାଇ ଛଡ଼ାଇବା ପାଇଁ ଆପଣ ଟୁଥ୍‌ପେଷ୍ଟର ମଧ୍ୟ ବ୍ୟବହାର କରିପାରିବେ।  କିନ୍ତୁ ଆପଣ ରଙ୍ଗ ଲାଗିବାର ସଙ୍ଗେ ସଙ୍ଗେ ଟୁଥ୍‌ପେଷ୍ଟ ଲଗାଇ ଛଡ଼ାଇବେ। ଏହାକୁ ରଙ୍ଗ ଲାଗିଥିବା ଜାଗାରେ ଲଗାଇ ଷ୍କ୍ରବ୍‌ କରିନିଅନ୍ତୁ। କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ।

ତ୍ୱଚାରେ ହେୟାର୍‌ ଡାଇ ଲାଗି ଯାଇଥିଲେ ତେଲରେ ଛଡ଼ାଇବା ହେଉଛି ସବୁଠୁ ଭଲ ଉପାୟ। ତେବେ ରଙ୍ଗ ଲାଗିଥିବା ଜାଗାରେ ଆପଣ ତେଲ ଲଗାଇ ହାତରେ ଧିରେ ଧିରେ ଘଷନ୍ତୁ। ଦେଖିବେ ରଙ୍ଗ ଛାଡ଼ିଯିବ। ଏହା ପରେ ପାଣିରେ ସେହି ଅଂଶକୁ ଧୋଇ ଦିଅନ୍ତୁ। ତେବେ ଥରେ ତେଲ ଲଗାଇବା ଦ୍ୱାରା  ଯଦି ରଙ୍ଗ ଛାଡ଼ୁନାହିଁ ତାହାଲେ ଆପଣ ଏହାକୁ  ଅଧିକା ଥର ମଧ୍ୟ ଲଗାଇ ପାରିବେ। କିନ୍ତୁ ଅଧିକା ଘଷନ୍ତୁ ନାହିଁ। ଏହା କଲେ ଆପଣଙ୍କ ତ୍ୱଚା ଖରାପ ହୋଇପାରେ।

ତ୍ୱଚାରେ ହେୟାର୍‌ ଡାଇ ଛଡ଼ାଇବାର ଆଉ ଏକ ଉପାୟ ମଧ୍ୟ ରହିଛି। ଆପଣ ଯଦି ଏହାକୁ ଘରେ ଛଡ଼ା ପାରୁନାହାନ୍ତି ତାହାଲେ ବଜାରରେ ମିଳୁଥିବା ହେୟାର୍‌ ଡାଇ ରିମୁଭାଲ୍‌ ମଧ୍ୟ ବ୍ୟବହାର କରି ରଙ୍ଗକୁ ଅତି ସହଜରେ ଛଡ଼ା ପାରିବେ। ଯଦି ଅଧିକା ରଙ୍ଗ ଲାଗିଯାଇଛି ଆଉ ଏହାକୁ ଛଡ଼ାଇବା ପାଇଁ ଅନ୍ୟ ସବୁ ଉପାୟ ଆପଣେଇ ସାରିଲା ପରେ ମଧ୍ୟ ଛାଡ଼ୁନାହିଁ। ତାହାଲେ ବଜାରରୁ ଏହାକୁ ଆଣି ପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More