Only for Entertainment

ପ୍ରଦୂଷଣର ପ୍ରଭାବରୁ ବଂଚିବା ପାଇଁ ଖାଆନ୍ତୁ ଏହି ଖାଦ୍ୟ ।

aajtak
40

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜୀବନ ପାଇଁ କାଳ ସାଜିଛି । ଥଣ୍ଡା ପୂର୍ବରୁ ବାୟୁ ପ୍ରଦୂଷଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । ଏହି ବିଷାକ୍ତ ପ୍ରଦୂଷଣ ଦ୍ୱାରା ଲୋକଙ୍କୁ ବିଭିନ୍ନ ପ୍ରକାରର ରୋଗର ଶୀକାର ହେବାକୁ ପଡ଼ୁଛି । ଏହା ଦ୍ୱାରା ଲୋକଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେଉଛି । ଆଖି ଜଳାପୋଡ଼ା ହେଉଛି । ବାୟୁ ପ୍ରଦୂଷଣର ପ୍ରଭାବ ଅଧିକାଂଶ ବୟସ୍କ ଏବଂ ଛୋଟ ପିଲା ମାନଙ୍କ ଉପରେ ପଡ଼ୁଛି ।

ବାୟୁ ପ୍ରଦୂଷଣରେ ଥିବା କେମିକଲ ଟକ୍ସିନ ଏବଂ ଗାଡ଼ି ମାନଙ୍କରୁ ବାହାରୁଥିବା ଧୂଆଁ କାରଣରୁ ଶ୍ୱାସ ଭଳି ରୋଗ ଏହି ଦିନ ମାନଙ୍କରେ ଅଧିକ ବଢିଯାଇଛି । ଯେଉଁମାନେ ପୂର୍ବରୁ ଶ୍ୱାସରେ ପିଡ଼ିତ ସେମାନଙ୍କ ପାଇଁ ଏହା ବିଷ ସଦୃଶ ।

ପ୍ରଦୂଷଣରୁ ବଂଚିବା ପାଇଁ ଖାଆନ୍ତୁ ଏହି ସମସ୍ତ ଖାଦ୍ୟ-
ଗୁଡ଼– ଗୁଡ଼ରେ ଆଂଟି ଏଲର୍ଜିକ ଗୁଣ ଭରି ରହିଛି । ତେଣୁ ଏହା ଖାଇବା ନିହାତି ଭାବରେ ହିତକର ଏବଂ ଜରୁରୀ । ଏହା ସହିତ ଏଥିରେ ଭରପୂର ମାତ୍ରାରେ ଆଇରନ ଭରି ରହିଛି ।ଆଇରନ ହିମୋଗ୍ଲୋବିନ ସ୍ତରକୁ ବଢାଇଥାଏ,ତେଣୁ ଶରୀରରେ ଅମ୍ଳଜାନ ସ୍ତର ମଧ୍ୟ ବଢିଯାଏ । ବିଭିନ୍ନ ଗବେଷଣାରୁ ଜଣାପଡ଼ିଛିଯେ ପ୍ରତିଦିନ ଗୁଡ଼ ଖାଇବା ଦ୍ୱ।। ବାୟୁ ପ୍ରଦୂଷଣର କୌଣସି ପ୍ରଭାବ ପଡ଼େ ନାହିଁ । ଥଣ୍ଡା ଓ କାଶରୁ ମଧ୍ୟ ମୁକ୍ତି ମିଳେ ।

ଅଲିଭ ତେଲ– ଏହା ଫୁସଫୁସର ଫଙ୍କସନକୁ ଧ୍ୟାନ ଦିଏ ।ଏଥିରେ ଥିବା ଫ୍ୟାଟି ଏସିଡ ଶରୀରରେ ହେଉଥିବା ଯନ୍ତ୍ରଣାରୁ ରକ୍ଷା କରେ ।ପ୍ରଦୂଷଣ ଦ୍ୱାରା ହେବାକୁ ଥିବା କାର୍ଡ଼ିଓବସ୍କୁଲାର ହୃତପିଣ୍ଡ ଜନିତ ସମସ୍ୟାରୁ ମୁକ୍ତି ଦିଏ ।

ପେଶୁ-ଏଥିରେ ଫାଇଟୋଇଷ୍ଟ୍ରୋଜିନ୍ସ ଏବଂ ଓମେଗା ୩ ଫ୍ୟାଟି ଏସିଡ ରହିଛି । ଏଥିରେ ଆଂଟି ଅକ୍ସିଡାଂଟସ ଉପାଦାନ ରହିଥାଏ । ଯାହା ଶ୍ୱାସ ଏବଂ ପ୍ରଦୂଷଣରୁ ମୁକ୍ତି ଦିଏ । ଏହା ବ୍ୟତୀତ ଟମାଟୋ,ରସୁଣ ମଧ୍ୟ ଖୁବ ଉପକାରୀ । ସମସ୍ତ ପରେ ଅଧିକ ମାତ୍ରାରେ ଜଳ ପାନ କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More