Only for Entertainment

ସେଭିଂ ହେବାପରେ କିଭଳି ନେବେ ତ୍ୱଚାର ଯତ୍ନ ।

men with beard
15

ମହିଳା ମାନଙ୍କ ସୌନ୍ଦର୍ଯ୍ୟକୁ ଧ୍ୟାନ ରଖି ବିଭିନ୍ନ ପ୍ରକାରର ଟିପ୍ସ ଦିଆଯାଏ । କିନ୍ତୁ ପୁରୁଷ ମାନଙ୍କ ପାଇଁ ସେହି ପରିମାଣର ଟିପ୍ସ ନଥାଏ ଯେତିକି ମହିଳା ମାନଙ୍କ ପାଇଁ । କିନ୍ତୁ କିଛି ଖାସ କଥାକୁ ନେଇ ପୁରୁଷ ମାନଙ୍କ ପାଇଁ ମଧ୍ୟ ଟିପ୍ସ ରହିଛି । ଯଦି ତାହାକୁ କାମରେ ବ୍ୟବହାର କରାଯାଏ ତେବେ ଫଳପ୍ରଦ ହୋଇପାରିବ । ଆମେ ଆଲୋଚନା କରୁଛୁ ପୁରୁଷମାନେ ସେଭିଂ ହେବାପରେ କିଭଳି ନିଜ ତ୍ୱଚାର ଯତ୍ନ ନେବା ଉଚିତ ।

ଫିଟିକିରି- ସେଭିଂ ହେବା ପରେ ମୁହଁରେ ଫିଟିକିରି ଲଗାନ୍ତୁ। ଏହା ଦ୍ୱାରା ଜୀବାଣୁ ଓ ବ୍ୟାକ୍ଟେରିଆ ଚେହେରାର କୌଣସି କ୍ଷତି କରିପାରିବେ ନାହିଁ। ଯଦି ଆପଣଙ୍କୁ ‘ଆଫ୍ଟର୍‌ ସେଭ୍‌’ ଲଗାଇଲେ ଜଳା ପୋଡ଼ା ହେଉଛି, ତେବେ ଫିଟିକିରି ଆପଣଙ୍କ ପାଇଁ ଭଲ ବିକଳ୍ପ। କାରଣ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ଭରପୂର ଥାଏ।

ଅମୃତଭଣ୍ଡା- ସେଭିଂ ପରେ ଚେହେରାର ତ୍ୱଚା ରୁକ୍ଷ ହୋଇଯାଏ। ତେଣୁ ସେଭିଂ ପରେ ଅମୃତଭଣ୍ଡା ଲଗାଇଲେ, ଚେହେରାର ରୁକ୍ଷପଣ ଦୂର ହୋଇଥାଏ। କାରଣ ଅମୃତଭଣ୍ଡାରେ ଭିଟାମିନ୍‌-ଏ ଅଧିକ ମାତ୍ରାରେ ରହିଛି। ଏଥିପାଇଁ ପ୍ରଥମେ କଟା ଅମୃତଭଣ୍ଡାକୁ ସ୍କ୍ରବ୍‌ ଆକାରରେ ମୁହଁରେ କିଛି ସମୟ ଘଷନ୍ତୁ। ଘଷିବା ପରେ ମୁହଁକୁ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ। ଶୁଖିଗଲେ ମୁହଁକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କଲେ, ଚେହେରାର ତ୍ୱଚା କୋମଳ ଓ ଚମକଦାର୍ ଦେଖାଯିବ।

ପାଚିଲା କଦଳୀ- ତ୍ୱଚା ପାଇଁ ପାଚିଲା କଦଳୀ ବେଶ୍ ଲାଭଦାୟକ। ଏହାକୁ ମଧ୍ୟ ଆପଣ ‘ଆଫ୍ଟର୍‌ ସେଭ୍‌’ ଭାବେ ବ୍ୟବହାର କରିପାରିବେ। ଏଥିପାଇଁ କଦଳୀକୁ କ୍ଷୀରରେ ଚକଟି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଚେହେରାରେ ଲଗାଇ ୨୦ ମିନିଟ୍ ଯାଏ ଶୁଖିବାକୁ ଛାଡ଼ି ଦିଅନ୍ତୁ। ‌ଏହାପରେ ଥଣ୍ଡା ପାଣିରେ ମୁଁହ ଧୋଇ ଦିଅନ୍ତୁ।

ଜୋଜୋବା ତେଲ- ଜୋଜୋବା ତେଲରେ ଆମ ଶରୀରରେ ଥିବା ପ୍ରାକୃତିକ ତୈଳ ପରି ଗୁଣ ରହିଛି।  ଜୋଜୋବା ତେଲ ଚେହେରାର ତ୍ୱଚାକୁ ପ୍ରାକୃତିକ ଉପାୟରେ ମୟଶ୍ଟରାଇଜ୍ କରିଥାଏ। ଏହା ବ୍ୟତୀତ ଏହି ତେଲକୁ ତ୍ୱଚା ଖୁବ୍‌ଶୀଘ୍ର ଶୋଷି ନିଏ। ଏହା ହିଁ ଚେହେରା ଉପରେ ଏକ ପ୍ରୋଟେକ୍ଟିଭ୍‌ ଲେୟାର୍‌ ତିଆରି କରିଥାଏ। ଫଳରେ ବାହାରର ଧୂଳି ଓ ପ୍ରଦୂଷଣରୁ ଚେହେରା ସୁରକ୍ଷିତ ରହିଥାଏ।

ହଳଦୀ- ଏହା ଏକ ଉତ୍ତମ ଧରଣର ଆଣ୍ଟିସେପ୍ଟିକ। ସେଭିଂ ହେବା ପରେ ହେଉଥିବା ଜଳାପୋଡ଼ାରୁ ଏହା ମୁକ୍ତି ଦେଇଥାଏ। ଏଥିପାଇଁ ଏକ କପ୍‌ ପାଣିରେ ଅଧା ଚାମଚ ହଳଦୀ ମିଶାଇ ଏହି ମିଶ୍ରଣକୁ ଏକ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More