Only for Entertainment

୩୦ ବର୍ଷ ହେବାମାତ୍ରେ ଏହିଭଳି ନିଅନ୍ତୁ ତ୍ୱଚାର ଯତ୍ନ,ଦୂରେଇଯିବ ଫାଇନଲାଇନ ଏବଂ ବ୍ରଣ ଓ ଡାର୍କ ସ୍ପଟ ।

Forehead Wrinkles
0 33

ନିଜ ତ୍ୱଚାର ଯତ୍ନ ନେବା ପାଇଁ ଆମେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିଥାଉ । ସେଥିପାଇଁ ସୂର୍ଯ୍ୟକିରଣକୁ ଯିବାମାତ୍ରେ ଆମେ ସନସ୍କ୍ରିନ ବ୍ୟବହାର କରିଥାଉ । ତେବେ ୨୦ ବର୍ଷ ବୟସରଙ୍କ ଆମ ତ୍ୱଚା ଖୁବ ନମନୀୟ ଥାଏ,ତେଣୁ ଆମେ ସେହି ସମୟରେ ତ୍ୱଚାର ଖୁବ ଯତ୍ନ ନେଇଥାଉ । ସେହି ସମୟରେ ତ୍ୱଚାରେ ବ୍ରଣ ଆଦି କୌଣସି ସମସ୍ୟା ଦେଖାଯାଇ ନଥାଏ । ତେଣୁ ଆମେ ୨୦ ବର୍ଷରେ ଯେଉଁଭଳି ଆମ ତ୍ୱଚାର ଯତ୍ନ ନେଇଥାଉ ତାହା ୩୦ ବର୍ଷକୁ ବଦଳି ଯାଇଥାଏ । ତଥାପି ତ୍ୱଚାର ଯତ୍ନ ନେବାପରେ ମଧ୍ୟ କେବେ କେବେ କିଛି ସମସ୍ୟା ଦେଖା ଦେଇଥାଏ,ଯାହା ବୟସ ବଢିବା ସହିତ ହୋଇଥାଏ । ତେଣୁ ୩୦ ବର୍ଷ ହେବା ମାତ୍ରେ ଆପଣଙ୍କୁ ଏହିଭଳି ତ୍ୱଚାର ଯତ୍ନ ନେବା ଉଚିତ ।

୨୦ ବର୍ଷ ବୟସରଙ୍କ ଆମେ ପ୍ରାଥମିକ ଭାବରେ ସନ ବର୍ଣ୍ଣ ଏବଂ ଟ୍ୟାନରୁ ରକ୍ଷା ପାଇବା ପାଇଁ ସନସ୍କ୍ରିନ ବ୍ୟବହାର କରିଥାଉ । କିନ୍ତୁ ଆପଣ ଜାଣନ୍ତି କି ସନ ବର୍ଣ୍ଣ ଦ୍ୱାରା ଫାଇନଲାଇନ,ଡାର୍କ ସ୍ପଟ ଏବଂ ରିଙ୍କଲସ ନଜର ଆସିଥାଏ । ତେଣୁ ୩୦ ବର୍ଷ ହେବାମାତ୍ରେ ସନ ସ୍କ୍ରିନ ବ୍ୟବହାର କରିବା ଖୁବ ଗୁରୁତ୍ୱପୂର୍ଣ୍ର ହୋଇଯାଏ । ଖରାକୁ ବାହାରିବା ମାତ୍ରେ ଆବଶ୍ୟକୀୟ ଏସପିଏଫର ସନସ୍କ୍ରିନ ବ୍ୟବହାର କରିବା ଉଚିତ ।

୩୦ ବର୍ଷ ଏଭଳି ଏକ ବୟସ ଯେତେବେଳେ ବ୍ରଣ ଏବଂ ଫାଇନଲାଇନ ଏକା ସମୟରେ ଆକ୍ରମଣ କରିଥାଏ । ଆକନି କ୍ରିମ ବା ବେନଜଏଲ ପେରକ୍ସାଏଡ ଆକନିକୁ ଭଲ କରିବାର ଏକ ସମାଧାନ ନୁହେଁ । ଲୋସନ ଏବଂ କ୍ରିମ ବ୍ୟବହାର କରିବା ଦରକାର ଯାହା ଆଲଫା ହାଇଡ୍ରକ୍ସି ଏସିଡ ଏବଂ ବେଟା ହାଇଡ୍ରକ୍ସିଲ ଏସିଡରେ ଭରପୂର ।ଏହା ଆକନି କଜିଙ୍ଗ ବ୍ୟାକ୍ଟେରିଆକୁ ମାରି ନଥାଏ ବରଂ ତ୍ୱଚାକୁ ସୁସ୍ଥ ରଖିଥାଏ । ତେଣୁ ଉଚିତ ସମୟରେ ତ୍ୱଚାର ଯତ୍ନ ନେବା ଉଚିତ ।

 

ତ୍ୱଚା ଡଲ ଦେଖାଯିବା ଏବଂ ବ୍ରଣ ଆଦି ଦେଖାଯିବା ଆରମ୍ଭ ହେଲେ ବା ତାହା ପୂର୍ବରୁ ଠିକ ଭାବରେ ତ୍ୱଚାର ଯତ୍ନ ନେବା ଉଚିତ । ଏହା ବ୍ୟତୀତ ଆପଣ ଫ୍ରୁଟ ବେସଡ ଅର୍ଗାନିକ ଏକ୍ସଫଲିଏଟିଙ୍ଗ କ୍ରିମ ବ୍ୟବହାର କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More