ବର୍ଷା ଦିନେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ
ବର୍ଷା ଋତୁ ଆସିଲେ ଆମେ ଖୁସି ହୋଇଯାଉ। କାରଣ ଗ୍ରୀଷ୍ମଋତୁର ଅସହ୍ୟ ଗୁଳିଗୁଳିରୁ ତ୍ରାହି ପାଇଯାଉ। କିନ୍ତୁ ବର୍ଷାଋତୁ ତା’ସାଙ୍ଗରେ କିଛି ରୋଗ ମଧ୍ୟ ଧରି ଆସିଥାଏ। ଏହି ଋତୁରେ ବାୟୂମଣ୍ଡଳର ଆଦ୍ରତା ବଢିଯିବା ହେତୁ ତଥା ଆଖପାଖର ଅପରିଷ୍କାର ପରିବେଶ ଓ ଅସ୍ୱାସ୍ଥ୍ୟକର ଜୀବନଚର୍ଯ୍ୟା ଯୋଗୁଁ ଆମ ‘ଆଖି’ରେ କେତେକ ସମସ୍ୟା ଦେଖା ଯାଇଥାଏ। ତେବେ ଆଖିର ସଠିକ୍ ଯତ୍ନ ନେବା ସହିତ ଦୈନିକ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଏହି ସମସ୍ୟାଗୁଡିକୁ ପ୍ରତିରୋଧ କରି ହେବ।
-
ଆଖି ଲାଲ ପଡିବା,କୁଣ୍ଡେଇ ହେବା, ଖେଞ୍ଚି ହେବା, ଆଖିରୁ ପାଣି ବୋହିବା
-
ଅପରିଷ୍କାର ହାତରେ ଆଖିକୁ ଛୁଅନ୍ତୁ ନାହିଁ
-
ସଂକ୍ରମିତ ବ୍ୟକ୍ତିଙ୍କ ଗାମୁଛା, ତକିଆ ଅବା ଅନ୍ୟ କୌଣସି ବ୍ୟକ୍ତିଗତ ଜିନିଷ ବ୍ୟବହାର କରନ୍ତୁ ନାହିଁ
-
କଂଜୁକ୍ଟିଭିଟିଜର ଶିକାର ହୋଇଥିଲେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ ।