Only for Entertainment

ନିର୍ମାଣ ହେବ ଇଂଟରନେଟ ସେନସେସନ ରାନୁ ମଣ୍ଡଳଙ୍କ ବାୟୋପିକ, ଅଭିନୟ କରିବେ ଜାତୀୟ ପୁରସ୍କାର ପାଇଥିବା………

The lallantop
31

ରାନୁ ମଣ୍ଡଳ । ଏହି ନାମକୁ ଆପଣ ଏକାଧିକ ଥର ଶୁଣି ସାରିଥିବେ । ତାଙ୍କ ଗୀତ ମଧ୍ୟ ଆପଣଙ୍କ କାନରେ ବାଜିଥିବ । ତଥାପି ଆମେ ଆପଣଙ୍କୁ ମନେ ପକାଇଦେବୁଯେ ରେଲୱେ ଷ୍ଟସନରେ ଗୀତ ଗାଇ ପେଟ ପୋଷୁଥିଲେ ରାନୁ । ଭାଗ୍ୟ ଚମକିଲା । ଜଣେ ଭଲ ବ୍ୟକ୍ତିର ସାମାନ୍ୟ ପ୍ରୟାସ ରାନୁ ମଣ୍ଡଳଙ୍କୁ ରାତା ରାତି ବଲିଉଡର ତାରକା କରିଦେଲା । ଏହାପରେ ହେଲା ରାନୁଙ୍କ ମେକଓଭର । ରିଆଲିଟି ଶୋ’ରେ ପହଂଚିଗଲେ ରାନୁ ଏବଂ ରାନୁଙ୍କୁ ମିଳିଲା ହିମେଶ ରେଶମିୟାଁଙ୍କ ଫିଲ୍ମରେ ଗୀତ ଗାଇବାର ସୁଯୋଗ । ହାପି ହାର୍ଡି ଆଣ୍ଡ ହିର’ରେ ରାନୁ ପାଇଲେ ତିନୋଟି ଗୀତ । ଯାହା ମଧ୍ୟରୁ ତେରୀ ମେରୀ.. ଗୀତ ଆପଣଙ୍କ ମୋବାଇଲର ରିଙ୍ଗଟୋନ ହୋଇଗଲା । କଲେଜ ହେଉ ବା ଅଫିସ, ଘର ହେଉ ବା ବଜାର ସବୁ ସ୍ଥାନରେ ଶୁଣିବାକୁ ମିଳିଲା ରାନୁଙ୍କ କଣ୍ଠ ସ୍ୱର ।

ଏବେ ରାନୁଙ୍କୁ ନେଇ ଆସିଛି ଏକ ନୂଆ ଖବର । ଖବର ଅନୁସାରେ ରାନୁଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ହୃଷିକେଶ ମଣ୍ଡଲ ରାନୁଙ୍କ ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ ଚିନ୍ତା କରୁଛନ୍ତି । ଫିଲ୍ମର ନାମ ହେବ ‘ପ୍ଲାଟଫର୍ମ ସିଙ୍ଗର ରାନୁ ମଣ୍ଡଲ’ । ସୂଚନା ମୁତାବକ ରାନୁଙ୍କ ରୋଲ ପାଇଁ ବଙ୍ଗାଳୀ ଅଭିନେତ୍ରୀ ସୁଦୀପ୍ତା ଚକ୍ରବର୍ତ୍ତୀଙ୍କୁ ଅଫର କରାଯାଇଛି । ଅବଶ୍ୟ ଏହା ଧାର୍ଯ୍ୟ ହୋଇନାହିଁଯେ ସେ ରୋଲ କରିବେ ନା ନାହିଁ ।

ସୁଦୀପ୍ତାଙ୍କ ବିଷୟରେ ଏକ ଖାସ କଥା ହେଉଛିଯେ ସେ ଜାତୀୟ ପୁରସ୍କାର ଜିତି ସାରିଛନ୍ତି । ତାଙ୍କୁ ୨୦୦୦ ମସିହାରେ ରିଲିଜ ହୋଇଥିବା ବଙ୍ଗାଳୀ ଫିଲ୍ମ ‘ବାରୀବାଲୀ’ ପାଇଁ ବେଷ୍ଟ ସପୋର୍ଟିଙ୍ଗ ଆକ୍ଟ୍ରେସର ଆୱାର୍ଡ଼ ମିଳି ସାରିଛି ।

ହୃଷିକେଶ ଏଥିପାଇଁ ରାନୁଙ୍କ ସହିତ କଥା ହୋଇ ସାରିଛନ୍ତି । ତାଙ୍କ କହିବା ଅନୁସାରେ ରାନୁ ଚାହାଁନ୍ତି ଫିଲ୍ମରେ ଏଭଳି କିଛି ଦେଖା ନଯାଉ ଯାହାକୁ ଦେଖିବା ପରେ ତାଙ୍କୁ ଖରାପ ଲାଗିବ । ତେବେ ଫିଲ୍ମ କେବେ ନିର୍ମାଣ ହେବ ଏବଂ ରାନୁଙ୍କ ଚରିତ୍ରରେ କିଏ ନଜର ଆସିବେ ତାହାର ଆନୁଷ୍ଠାନିକ ଘୋଷଣା ହେଲେ ଜଣାପଡ଼ିବ । ରାନୁ ମଣ୍ଡଲଙ୍କ କ୍ୟାରିଅର ଅଧିକ ଆଗକୁ ଯାଉ ଆମେ ଏତିକି ଶୁଭକାମନା କରୁଛୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More